ରାଜ୍ୟରେ ଖସିଲା କରୋନା ଗ୍ରାଫ୍‌, ୫୦୦ ତଳକୁ ଚିହ୍ନଟ ହେଲେ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ ଏବେ ତଳମୁହାଁ ହୋଇଥିବା ବେଳେ ୫୦୦ ତଳକୁ ଚିହ୍ନଟ ହେଲେ ଆକ୍ରାନ୍ତ। ରାଜ୍ୟରେ ୪୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୭୭ ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।   ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ ଜିଲ୍ଲାରୁ ସର୍ବନିମ୍ନ ୨ ଜଣ ଆକ୍ରାନ୍ତ ଚିହ୍ନଟ […]

coronavvrus--1

Niharika Rout
  • Published: Monday, 30 November 2020
  • , Updated: 30 November 2020, 12:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ ଏବେ ତଳମୁହାଁ ହୋଇଥିବା ବେଳେ ୫୦୦ ତଳକୁ ଚିହ୍ନଟ ହେଲେ ଆକ୍ରାନ୍ତ। ରାଜ୍ୟରେ ୪୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୭୭ ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ ଜିଲ୍ଲାରୁ ସର୍ବନିମ୍ନ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଅନୁଗୁଳରୁ ୩୪, ମୟୂରଭଞ୍ଜରୁ ୩୨, କଟକରୁ ୨୫ ଓ ଖୋର୍ଦ୍ଧା ଓ ନୂଆପଡ଼ା ଜିଲ୍ଲାରୁ ୨୩ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା   ୩,୧୮,୭୨୫ରେ ପହଞ୍ଚିଥିବା ବେଳେ  ୫୬୭୭ ହେଉଛି ଆକ୍ଟିଭ କେସ୍‌।  ରାଜ୍ୟରେ ୩,୧୧,୨୫୬  କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି।

Related story