‘କାଳିଆ’ ଟଙ୍କା ଫେରାଅ; ୫୦ ହଜାର ଅଯୋଗ୍ୟଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କାଳିଆ’ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ।  ଆଉ ୨ ପ୍ରତିଶତ୍ ଅର୍ଥାତ୍ ୫୦ ହଜାର ହିତାଧିକାରୀ ଅଯୋଗ୍ୟ।  ଆଉ ଏହି ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରିବା ଲାଗି କୁହାଯାଇଛି । ଏନେଇ ଆଜି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟଙ୍କା ଫେରାଇବା ଲାଗି ଅଯୋଗ୍ୟ ହିତାଧିକାରୀଙ୍କୁ  ଚିଠି ଲେଖାଯାଇଛି। ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଦିଆଯାଇଛି। ଏଥିରେ ସେମାନେ ଟଙ୍କା ଫେରସ୍ତ କରିବେ। ଏମାନଙ୍କ […]

bbsr

Jyoshna Pradhan
  • Published: Friday, 24 July 2020
  • , Updated: 24 July 2020, 02:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କାଳିଆ’ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ।  ଆଉ ୨ ପ୍ରତିଶତ୍ ଅର୍ଥାତ୍ ୫୦ ହଜାର ହିତାଧିକାରୀ ଅଯୋଗ୍ୟ।  ଆଉ ଏହି ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରିବା ଲାଗି କୁହାଯାଇଛି । ଏନେଇ ଆଜି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଟଙ୍କା ଫେରାଇବା ଲାଗି ଅଯୋଗ୍ୟ ହିତାଧିକାରୀଙ୍କୁ  ଚିଠି ଲେଖାଯାଇଛି। ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଦିଆଯାଇଛି। ଏଥିରେ ସେମାନେ ଟଙ୍କା ଫେରସ୍ତ କରିବେ। ଏମାନଙ୍କ ମଧ୍ୟରୁ  କିଛି ହିତାଧିକାରୀ ଟଙ୍କା ଫେରସ୍ତ କଲେଣି।” ଅନ୍ୟପକ୍ଷରେ କାଳିଆ ଟଙ୍କା ପ୍ରସଙ୍ଗରେ କଂଗ୍ରେସ ନେତା ତାରା ବାହିନୀପତି ଓ ବିଜେପି ନେତା ପ୍ରଦୀପ ପୁରୋହିତ ସରକାରଙ୍କ ଉପରେ ବର୍ଷିଛନ୍ତି।

କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି,“ ଭୋଟ୍ ବେଳେ ଯୋଗ୍ୟ/ଅଯୋଗ୍ୟ ନ ଦେଖି ଟଙ୍କା ଦେଲେ। ହିତାଧିକାରୀଙ୍କୁ ପ୍ରତି କିସ୍ତିରେ ଟଙ୍କା ମିଳିବ କହି ନିର୍ବାଚନ ଜିତିଲେ। ଯୋଗ୍ୟଙ୍କୁ ନ ଦେଇ BJD ନେତା/କର୍ମୀଙ୍କ ଲିଷ୍ଟ ଅନୁସାରେ ଟଙ୍କା ବାଣ୍ଟିଲେ। ଚାଷୀଙ୍କଠୁ ଟଙ୍କା ଆଣିବା ବଦଳରେ ଯେଉଁ ଅଫିସର ସମ୍ପୃକ୍ତ ତାଙ୍କଠୁ ଅଣାଯାଉ। ସମ୍ପୃକ୍ତ ଅଫିସରଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।”

ସେହିପରି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି,“ ଟଙ୍କା ପାଇନଥିବା ଚାଷୀଙ୍କୁ ବି ଟଙ୍କା ଫେରାଇବାକୁ କୁହାଯାଉଛି। ଅଯୋଗ୍ୟଙ୍କୁ ଟଙ୍କା ଦେଇଥିବା ଅଧିକାରୀଙ୍କ ପାଖରୁ ଟଙ୍କା ଆଦାୟ ହେଉ।”

Related story