Advertisment

ମହାମାରୀ ସମୟରେ ଅଭିନବ ପ୍ରୟାସ, ଜ୍ଞାନ ଆଦାନପ୍ରଦାନ କଲେ ଲାଇବ୍ରେରୀ ପ୍ରଫେସନାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ-୧୯ ମହାମାରୀ ସମୟରେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ସହ ସମ୍ମିଳନୀ, ସେମିନାର, କର୍ମଶାଳା ଏବଂ ତାଲିମ କାର୍ଯ୍ୟକ୍ରମ ବନ୍ଦ ରହିଛି। ଏଭଳି ସମୟରେ ଡିଜିଟାଲ ପ୍ଲଟଫର୍ମକୁ ବ୍ୟବହାର କରି ଟେକ୍ନୋଲୋଜି ଜରିଆରେ ଜ୍ଞାନ ଆଦାନ ପ୍ରଦାନର ପ୍ରୟାସ କରିଛନ୍ତି ଓଡ଼ିଶା ଲାଇବ୍ରେରୀ ଏକାଡେମୀର ଯୁବ ପ୍ରଫେସନାଲ ମାନେ। ଏହି ଅବସରରେ ବିଶ୍ୱର ପ୍ରଥମ ମୁକ୍ତ ଉତ୍ସ ଲାଇବ୍ରେରୀ ସଫ୍ଟୱେର ‘କୋହା’ ବାବଦରେ ଆଲୋଚନା ହୋଇଥିଲା। ପ୍ରସଙ୍ଗ ରହିଥିଲା […]

author-image
Subrat Kumar Nayak
ମହାମାରୀ ସମୟରେ ଅଭିନବ ପ୍ରୟାସ, ଜ୍ଞାନ ଆଦାନପ୍ରଦାନ କଲେ ଲାଇବ୍ରେରୀ ପ୍ରଫେସନାଲ

koha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ-୧୯ ମହାମାରୀ ସମୟରେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ସହ ସମ୍ମିଳନୀ, ସେମିନାର, କର୍ମଶାଳା ଏବଂ ତାଲିମ କାର୍ଯ୍ୟକ୍ରମ ବନ୍ଦ ରହିଛି। ଏଭଳି ସମୟରେ ଡିଜିଟାଲ ପ୍ଲଟଫର୍ମକୁ ବ୍ୟବହାର କରି ଟେକ୍ନୋଲୋଜି ଜରିଆରେ ଜ୍ଞାନ ଆଦାନ ପ୍ରଦାନର ପ୍ରୟାସ କରିଛନ୍ତି ଓଡ଼ିଶା ଲାଇବ୍ରେରୀ ଏକାଡେମୀର ଯୁବ ପ୍ରଫେସନାଲ ମାନେ।

Advertisment

ଏହି ଅବସରରେ ବିଶ୍ୱର ପ୍ରଥମ ମୁକ୍ତ ଉତ୍ସ ଲାଇବ୍ରେରୀ ସଫ୍ଟୱେର ‘କୋହା’ ବାବଦରେ ଆଲୋଚନା ହୋଇଥିଲା। ପ୍ରସଙ୍ଗ ରହିଥିଲା “KISS: Koha India Strategies for Sustainability”। ‘କୋହା’ ସଫ୍ଟୱେର ବିକଶିତ କରିଥିବା ନ୍ୟୁଜିଲ୍ୟାଣ୍ଡର କ୍ରିଶ କରମାର୍କ ଏହି ଅବସରରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।
/>ଓଡ଼ିଶା ଲାଇବ୍ରେରୀ ଏକାଡେମୀ ତରଫରୁ ଡକ୍ଟର ବିଭୁତି ଭୂଷଣ ସାହୁ ୱେବିନାରକୁ ସଂଯୋଜନା କରିଥିଲେ। ଅନ୍ୟପକ୍ଷରେ ଡକ୍ଟର ଏଚ୍‌ ଅନୀଲ କୁମାର, ପ୍ରଫେସର ପାର୍ଥ ସାରଥି ମୁଖୋପାଧ୍ୟାୟ, ଡକ୍ଟର ସାଇଫୁଲ ଆମିନ, ଅମିତ ଗୁପ୍ତା, ବିମଲ କୁମାର ଭି ଏହି ଆଲୋଚନା ଚକ୍ରର ପ୍ୟାନେଲିଷ୍ଟ ଭାବରେ ଯୋଗଦେଇଥିଲେ। ସେହିଭଳି ଇନ୍ଦ୍ରନିଲ ଦାସ ଗୁପ୍ତା ଅତିଥି ଭାବରେ ଯୋଗ ଦେଇଥିଲେ। ଏହିଥରକୁ ମିଶାଇ ଏପର୍ଯ୍ୟନ୍ତ ଓଡ଼ିଶା ଲାଇବ୍ରେରୀ ଏକାଡେମୀ ବିଭିନ୍ନ ପ୍ରସଙ୍ଗରେ ଚାରୋଟି ୱେବିନାର୍ ଆୟୋଜନ କରିସାରିଛି।

ବର୍ତମାନ ପରିସ୍ଥିତିରେ ସାମାଜିକ ଦୂରତା ବଜାୟ ରଖି ଜ୍ଞାନ ବାଣ୍ଟିବାର ଚିନ୍ତାଧାରା ବେଶ ପ୍ରଶଂସିତ ହୋଇଛି। ଓଏଲଏର ସଭାପତି ଡକ୍ଟର ବାନାମ୍ବର ସାହୁ କହିଛନ୍ତି ଯେ “ଜ୍ଞାନ ବାଣ୍ଟିବା ଦ୍ୱାରା ବ୍ୟକ୍ତିଗତ କାର୍ଯ୍ୟଦକ୍ଷତା, କାର୍ଯ୍ୟକାରିତା ଏବଂ କୌଶଳକୁ ଉନ୍ନତ କରିଥାଏ, ଯାହା ବ୍ୟକ୍ତିଗତ ପ୍ରଦର୍ଶନକୁ ଉନ୍ନତ କରିବାରେ ସାହାଯ୍ୟ କରେ। ଏହି ଅନଲାଇନ୍ ପ୍ଲାଟଫର୍ମରେ ଜ୍ଞାନ ବାଣ୍ଟିବା ଦ୍ୱାରା ବହୁ ସଂଖ୍ୟକ ପ୍ରଫେସନାଲ ମାନଙ୍କ ସହ ଯୋଡ଼ି ହୋଇପାରୁଛୁ ଏବଂ ଜ୍ଞାନ ର ଆଦାନ ପ୍ରଦାନ ମଧ୍ୟ ହେଉଛି।”

Advertisment