Advertisment

ଓଡ଼ିଶାରେ ହାରାହାରି ଜୀବନକାଳ ୬୯.୮ ବର୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗର୍ଭାବସ୍ଥାରେ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ସହିତ ଶିଶୁ କୁପୋଷଣ ରୋକିବା ଲାଗି କାହିଁ କେତେ ଯୋଜନା। ଜନ୍ମ ଠାରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଲୋକଙ୍କ ଯତ୍ନ ନେବାରେ ସରକାର ବହୁ ସ୍କିମ୍ କରିଥିବା ଡିଣ୍ଡିମ ପିଟୁଛନ୍ତି। ତେବେ ଏସବୁ ଯୋଜନାର ସୁଫଳ ଲୋକଙ୍କ ପାଖରେ ପ୍ରକୃତରେ ପହଞ୍ଚି ପାରୁନି। କାରଣ ଓଡ଼ିଶାର ହାରାହାରି ଜୀବନକାଳ ବା ଲାଇଫ୍ ଏକ୍ସପେଟାନ୍ସିରେ ସେଭଳି କିଛି ବଡ଼ ପରିବର୍ତ୍ତନ ହୋଇନି। ହୋଇଥିବା ଲାଇଫ୍ ଏକ୍ସପେଟାନ୍ସି ସର୍ଭେରେ ୨୨ ରାଜ୍ୟ ମଧ୍ୟରୁ […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ହାରାହାରି ଜୀବନକାଳ ୬୯.୮ ବର୍ଷ

age

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗର୍ଭାବସ୍ଥାରେ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ସହିତ ଶିଶୁ କୁପୋଷଣ ରୋକିବା ଲାଗି କାହିଁ କେତେ ଯୋଜନା। ଜନ୍ମ ଠାରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଲୋକଙ୍କ ଯତ୍ନ ନେବାରେ ସରକାର ବହୁ ସ୍କିମ୍ କରିଥିବା ଡିଣ୍ଡିମ ପିଟୁଛନ୍ତି। ତେବେ ଏସବୁ ଯୋଜନାର ସୁଫଳ ଲୋକଙ୍କ ପାଖରେ ପ୍ରକୃତରେ ପହଞ୍ଚି ପାରୁନି। କାରଣ ଓଡ଼ିଶାର ହାରାହାରି ଜୀବନକାଳ ବା ଲାଇଫ୍ ଏକ୍ସପେଟାନ୍ସିରେ ସେଭଳି କିଛି ବଡ଼ ପରିବର୍ତ୍ତନ ହୋଇନି।

Advertisment

ହୋଇଥିବା ଲାଇଫ୍ ଏକ୍ସପେଟାନ୍ସି ସର୍ଭେରେ ୨୨ ରାଜ୍ୟ ମଧ୍ୟରୁ ୧୫ତମ ସ୍ଥାନରେ ରହିଛି ଓଡ଼ିଶା। ଯାହା ସରକାରୀ ଦାୟିତ୍ୱହୀନତାକୁ ପ୍ରମାଣିତ କରୁଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସାମ୍ପଲ ରେଜିଷ୍ଟ୍ରେସନ୍ ସିଷ୍ଟମ-SRS ୨୦୧୫-୧୯ ତଥ୍ୟ ଅନୁସାରେ ଦେଶର ହାରାହାରି ଆୟୁ ସୀମା ୬୯.୭ ବର୍ଷ ରହିଛି। ଓଡ଼ିଶାରେ ଏହା ଜାତୀୟ ହାରାହାରି ସହ ପ୍ରାୟତଃ ସମାନ ରହିଛି। ରାଜ୍ୟରେ ହାରାହାରି ଜୀବନକାଳ ୬୯.୮ ବର୍ଷ ରହିଛି।

ରାଜ୍ୟରେ ପୁରୁଷଙ୍କ ହାରାହାରି ଆୟୁ ସୀମା ୬୮.୫ ବର୍ଷ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୭୧.୧ ବର୍ଷ ରହିଛି। ତେବେ ସର୍ଭେ ହୋଇଥିବା ୨୨ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ପଞ୍ଚଦଶ ରହିଛି। ଦିଲ୍ଲୀବାସୀଙ୍କ ହାରାହାରି ଜୀବନ କାଳ ୭୫.୯ ବର୍ଷ ହୋଇଥିବା ବେଳେ କେରଳ, ଜମ୍ମୁ ଓ କାଶ୍ମୀର ଓ ହିମାଚଳପ୍ରଦେଶରେ ଲୋକଙ୍କ ଆୟୁ ୭୩ ବର୍ଷରୁ ଅଧିକ।

Advertisment

ସେହିପରି ଆୟୁସୀମା କ୍ଷେତ୍ରରେ ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ଆନ୍ଧ୍ର ଓ ଗୁଜରାଟ ସମେତ ୧୪ଟି ରାଜ୍ୟ ଓଡ଼ିଶା ଉପରେ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe