Advertisment

କ୍ୟାରିଅରର ସେଇ ପ୍ରଥମ ଯୁଦ୍ଧ ଥିଲା ବିଜୟଙ୍କ ଟର୍ଣ୍ଣିଂ ପଏଣ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଜଗତର ବର୍ଷିୟାନ୍‌ ଅଭିନେତା ବିଜୟ ମହାନ୍ତି ଆଜି ପରଲୋକ ଘଟିଛି। ତାଙ୍କ ବିୟୋଗ ସମଗ୍ର ଓଡ଼ିଶାବାସୀଙ୍କୁ ଖୁବ୍‌ ବ୍ୟଥିତ କରିଛି। ୧୭୫ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଓଲିଉଡ୍‌ର ଏହି କୀମ୍ବଦନ୍ତୀ, ଅଭିନେତା ନିର୍ଦ୍ଦେଶକ, ନାଟ୍ୟକାର ତଥା ଅଧ୍ୟାପକଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଯୁଗର ଅବସାନ ଘଟିଛି। ୨୦୧୪ ମସିହାରେ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଥିବା ବିଜୟ ମହାନ୍ତି ତାଙ୍କ କ୍ୟାରିୟର ଆରମ୍ଭରୁ ହିଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର […]

author-image
Tapas Behera
ଅଦ୍ୟତନ ହୋଇଛି
କ୍ୟାରିଅରର ସେଇ ପ୍ରଥମ ଯୁଦ୍ଧ ଥିଲା ବିଜୟଙ୍କ ଟର୍ଣ୍ଣିଂ ପଏଣ୍ଟ

h-909

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଜଗତର ବର୍ଷିୟାନ୍‌ ଅଭିନେତା ବିଜୟ ମହାନ୍ତି ଆଜି ପରଲୋକ ଘଟିଛି। ତାଙ୍କ ବିୟୋଗ ସମଗ୍ର ଓଡ଼ିଶାବାସୀଙ୍କୁ ଖୁବ୍‌ ବ୍ୟଥିତ କରିଛି। ୧୭୫ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଓଲିଉଡ୍‌ର ଏହି କୀମ୍ବଦନ୍ତୀ, ଅଭିନେତା ନିର୍ଦ୍ଦେଶକ, ନାଟ୍ୟକାର ତଥା ଅଧ୍ୟାପକଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଯୁଗର ଅବସାନ ଘଟିଛି। ୨୦୧୪ ମସିହାରେ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଥିବା ବିଜୟ ମହାନ୍ତି ତାଙ୍କ କ୍ୟାରିୟର ଆରମ୍ଭରୁ ହିଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇ ଚର୍ଚ୍ଚାରେ ଥିଲେ। ଏହା ବ୍ୟତୀତ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ଓ ସିନେ କ୍ରିଟିକ୍‌ ପୁରସ୍କାର ଲାଭ କରିଥିଲେ।

Advertisment

ବିଜୟ ମହାନ୍ତି ୧୯୫୦ ମସିହା ଅପ୍ରେଲ ୮ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଣ୍ଡିରି ଗ୍ରାମରେ ଜନ୍ମ ନେଇଥିଲେ । ତାଙ୍କ ପିତା ବାରିପଦାରେ ଚାକିରି କରୁଥିବାରୁ, ତାଙ୍କ ଶିକ୍ଷାରମ୍ଭ ସେଠାରେ ହୋଇଥିଲା । ମହାରାଜା କୃଷ୍ଣଚନ୍ଦ୍ର ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢିଲା ବେଳୁ, ସ୍କୁଲର ବାର୍ଷିକ ଉତ୍ସବରେ ପ୍ରଥମ ଥର ଅଭିନୟ କରିଥିଲେ । ମାଟ୍ରିକ ପାସ କଲା ପରେ, ସେ ରାଜ୍ୟ ପରିବହନ ବିଭାଗରେ ଚାକିରି କରିଥିଲେ । ଚାକିରି ସହିତ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ପାଠ ମଧ୍ୟ ପଢୁଥିଲେ।

କଲେଜର ପ୍ରଥମ ବର୍ଷରେ କଲେଜ ନାଟକରେ ଅଭିନୟ କରି, ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କରିଥିଲେ । କ୍ରମାଗତ ଭାବରେ ନାଟକ ଅଭିନୟ କରି କରି, ସେ ସଫଳତା ପାଇଥିଲେ । ସାଙ୍ଗମାନଙ୍କୁ ନେଇ "ଯୁଗେଚ୍ଛା ନାଟ୍ୟ ସଂସ୍ଥା" ନାମକ ଅନୁଷ୍ଠାନ ଗଢି ଅଧିକ ନାଟକ ମଞ୍ଚସ୍ଥ କରିଥିଲେ । ଅଭିନୟ କ୍ଷେତ୍ରରେ ଆଗକୁ ବଢିବା ନିମନ୍ତେ, ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ଦିଲ୍ଲୀରେ ନାମ ଲେଖାଇଥିଲେ । ସେଠାରେ ସେ ଜାତୀୟ ମେଧା ବୃତ୍ତି ଲାଭ କରିଥିଲେ ।

Advertisment

ନୂଆଦିଲ୍ଲୀରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଶିକ୍ଷାପ୍ରାପ୍ତ ବିଜୟ ମହାନ୍ତି ୧୯୭୭ ମସିହାରେ ସେ ଚିଲିକା ତୀରେ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ। ତାଙ୍କ କ୍ୟାରିଅରରେ ୧୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ପଢୁଥିବା ସମୟରେ କାହାଣୀକର ବସନ୍ତ ମହାପାତ୍ରଙ୍କ ଡାକରାରେ "ସଂକଳ୍ପ" ଚଳଚ୍ଚିତ୍ରରେ ଅଭିନୟ କରି କଟକ ଚାଲି ଆସିଥିଲେ । କିନ୍ତୁ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ହୋଇପାରିନଥିଲା।

୧୯୭୭ ମସିହା ଜାନୁଆରୀ ୧୪ତାରିଖରେ, ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ସେହି ବର୍ଷ ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ଚିଲିକା ତୀରେରେ ସେ ଅଭିନୟ କରିଥିଲେ । ଏଥିପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଯାହା ତାଙ୍କ କ୍ୟାରିଅରର ଟର୍ଣ୍ଣି ପଏଣ୍ଟ ବୋଲି କୁହାଯାଉଛି। ଏହାପରେ ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକାଆଖି ସବୁ ଦେଖୁଛି ଆଦି ଚଳଚ୍ଚିତ୍ରରେ ଅଭିନୟ କରି ବିପୁଳ ପ୍ରଶଂସା ସାଉଁଟିଥିଲେ।

ଚିଲିକା ତୀରେ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହୋଇଥିଲେ ମଧ୍ୟ, ନାଗଫାସ ପ୍ରଥମେ ମୁକ୍ତିଲାଭ କରିଥିଲା । ନାଗଫାସର ଖଳନାୟକ ଚରିତ୍ରରେ ଦମଦାର ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ବିଜୟ।

୧୯୮୩ ମସିହାର କାବେରୀ ଚଳଚ୍ଚିତ୍ରରେ ତାଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଥିଲା। ଏହାପରେ ବହୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସି ନିଜର ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ । ୧୯୮୭ରେ ଭୁଲି ହୁଏନା ଚଳଚ୍ଚିତ୍ର ମାଧ୍ୟମରେ ସେ ନିର୍ଦ୍ଦେଶନାକୁ ଓହ୍ଲାଇଥିଲେ। ତାଙ୍କ ଅଭିନୀତ  କୃଷ୍ଣା କାବେରୀ, ବୋଉ, ସନ୍ତାନ, ଲକ୍ଷେ ଶିବ ପୂଜି ପାଇଛି ପୁଅ, ଭାଗ୍ୟ ହାତେ ଡୋରି, ମମତାର ଡୋରି, ସାଗର, ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା, ପଞ୍ଚୁପାଣ୍ତବ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା ଆଦି ସୁପରହିଟ୍‌ ଚଳଚ୍ଚିତ୍ରମାନ ରହିଛି। ସେହିପରି  ଛାତିରେ ଲେଖିଛି ତୋରି ନାଁ, ଚକା ଚକା ଭଉଁରୀ, ନାରୀ ନୁହେଁ ତୁ ନାରାୟଣୀ, ଧର୍ମର ହେବ ଜୟ, ସିନ୍ଦୂର ନୁହେଁ ଖେଳଘର, କିଏ ପୋଛିବ ମା' ଆଖିର ଲୁହ, ମନ ରହିଗଲା ତୁମରି ଠାରେ ଫିଲ୍ମରେ ତାଙ୍କ ନିଖୁଣ ଅଭିନୟ ଦର୍ଶକେ କେବେ ବି ଭୁଲିପାରିବେନି।

ଗତ ବର୍ଷ ଗୋଲମାଲ ଲଭ, ସେଲଫିସ୍‌ ଦିଲ, ବୈଶାଳୀ’ ଓ ନାୟକର ନାଆଁ ଦେବଦାସ’ରେ ବିଜୟ ନଜରରେ ଆସିଥିଲେ।। ୨୦୧୪ ମସିହା ଲୋକ ସଭା ନିର୍ବାଚନରେ ସେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଟିକେଟରେ ନିର୍ବାଚନ ମଧ୍ୟ ଲଢିଥିଲେ । ତାଙ୍କ ବିୟୋଗରେ ସବୁଠି ଶୋକର ଛାୟା ଖେଳି ଯାଇଛି।