ଏକ ଅଙ୍କାବଙ୍କା ନଈର ନାଁ ‘ରାନୀ’

କଅଁଳ ବୟସରେ ନାଚିବାର ସଉକ ରଖିଥିଲେ ରାନୀ ପଣ୍ଡା। ଆଉ ବଡ଼ ହେଲେ ଜଣେ ଭଲ କଳାକାର ହେବାର ସ୍ୱପ୍ନ ଦେଖିଥିଲେ। ସେଥିପାଇଁ ପରିବାର ଲୋକଙ୍କ ଅଗୋଚରରେ ଘର ଛାଡ଼ି ପଳାଇ ଆସିଥିଲେ ରାଜଧାନୀ। ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଆରମ୍ଭ ହୋଇଥିଲା ତାଙ୍କର ସଂଘର୍ଷର ଜୀବନ। ଅଙ୍କାବଙ୍କା ନଈଟି ପରି ବହୁ ବାଧାବିଘ୍ନକୁ ସାମ୍ନା କରି ଆଜି ସେ ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା ପାଲଟିଯାଇଛି। ଆଉ ଅଜଣା ଅଚିହ୍ନା ଜଣେ ନାୟିକାରୁ ରାତାରାତି ହୋଇଯାଇଛନ୍ତି ସେଲେବ୍ରିଟି। […]

actress-rani-panda

actress-rani-panda

Manoranjan Sial
  • Published: Thursday, 12 September 2019
  • Updated: 12 September 2019, 08:17 PM IST

କଅଁଳ ବୟସରେ ନାଚିବାର ସଉକ ରଖିଥିଲେ ରାନୀ ପଣ୍ଡା। ଆଉ ବଡ଼ ହେଲେ ଜଣେ ଭଲ କଳାକାର ହେବାର ସ୍ୱପ୍ନ ଦେଖିଥିଲେ। ସେଥିପାଇଁ ପରିବାର ଲୋକଙ୍କ ଅଗୋଚରରେ ଘର ଛାଡ଼ି ପଳାଇ ଆସିଥିଲେ ରାଜଧାନୀ। ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଆରମ୍ଭ ହୋଇଥିଲା ତାଙ୍କର ସଂଘର୍ଷର ଜୀବନ। ଅଙ୍କାବଙ୍କା ନଈଟି ପରି ବହୁ ବାଧାବିଘ୍ନକୁ ସାମ୍ନା କରି ଆଜି ସେ ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା ପାଲଟିଯାଇଛି। ଆଉ ଅଜଣା ଅଚିହ୍ନା ଜଣେ ନାୟିକାରୁ ରାତାରାତି ହୋଇଯାଇଛନ୍ତି ସେଲେବ୍ରିଟି। ଦୀର୍ଘ ଦିନର ସଂଘର୍ଷମୟ କ୍ୟାରିୟର ଭିତରେ ସେ ଯେଉଁ ସଫଳତା ପାଇନଥିଲେ, ତାହା ଖଣ୍ଡଗିରି ଯାତ୍ରା ମହାକୁମ୍ଭରୁ ପାଇଥିଲେ। ଏ ସମ୍ପର୍କରେ ସେ ଗଣମାଧ୍ୟମରେ ବିସ୍ତୃତ ଭାବେ କହିଛନ୍ତି।

୨୦୦୧ ମସିହାର କଥା। ରାନୀଙ୍କ ବୟସ ହୋଇଥିଲା ୧୦ରୁ ୧୨ ବର୍ଷ ଭିତରେ। ପରିବାରର ଆର୍ଥିକ ସ୍ଥିତି ଓ କଳା ପ୍ରତି ତାଙ୍କର ଦୁର୍ବଳତା ଥିବାରୁ ଘରୁ ପଳାଇ ଆସିଥିଲେ। ଆଉ ପହଞ୍ଚିଥିଲେ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ। ଏହି ଅଜଣା ଓ ଅଚିହ୍ନା ସହରରେ ରାନୀ ଅଖିଆ ଅପିଆ ଭାବେ ପ୍ରାୟ ୪ରୁ ୫ ଦିନ ବିତାଇ ଥିଲେ। ପେଟର ଭୋକ ପାଇଁ ବସ୍‌ଷ୍ଟାଣ୍ଡକୁ ଆସୁଥିବା ଲୋକଙ୍କୁ ମାଗି ଖାଉଥିଲେ। ବେଳେ ବେଳେ ସେ କାହା ଦୋକାନରେ ଚାହା କପ୍‌ ସଫା କରୁଥିଲେ ତ ଆଉ କେତେବେଳେ ହୋଟେଲ୍‌ରେ ପ୍ଲେଟ୍‌ ମାଜୁଥିଲେ। ଏପରିକି ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିଲେ ରାନୀ। ଯେଉଁଥିପାଇଁ ସେ ଭୟରେ ରେଳ ଷ୍ଟେସନ୍‌କୁ ପଳାଇ ଯାଇଥିଲେ। ଆଉ ନିଷ୍ପତ୍ତି ନେଇଥିଲେ ଭୁବନେଶ୍ୱର ଛାଡ଼ି ଆଉ କୌଣସି ଜାଗାକୁ ଚାଲିଯିବେ।

ରାନୀଙ୍କ ଆଖିରେ ଥିଲା ଅମାପ ସ୍ୱପ୍ନ। ତେଣୁ କେମିତି ବା ସେ ରାତିରେ ଶାନ୍ତିରେ ଶୋଇ ପାରିବେ। ଖୋଜି ବୁଲୁଥିଲେ ପେଟକୁ ଦାନା ଓ ରହିବା ପାଇଁ ଆଶ୍ରା। ଆଉ ନିଜ ଇଚ୍ଛାକୁ ସାକାର କରିବାର ପଥ। ଟ୍ରେନ୍‌ ଚଢ଼ିଲେ ରାନୀ। ହେଲେ ସ୍ଥିତି ଆହୁରି ଦୟନୀୟ ଥିଲା। ଟ୍ରେନ୍‌ରେ ଭୋକିଲା ପେଟ ଭରିବା ପାଇଁ ଅଇଁଠା ପତ୍ର ଗୋଟାଇ ଖାଉଥିଲେ! ଏହା ଭିତରେ ଟ୍ରେନ୍‌ ଯାଇ ବିହାର ରାଜ୍ୟର ପାଟ୍‌ନା ଷ୍ଟେସନ୍‌ରେ ପହଞ୍ଚି ଯାଇଥିଲା। ସେଠାରେ ଅନ୍ୟ ଯାତ୍ରୀଙ୍କ ସହିତ ଓହ୍ଲାଇ ପଡ଼ିଲେ ରାନୀ। ନୂଆ ଯାଗାରେ କ‘ଣ କରିବେ କିଛି ଜାଣିପାରିଲେ ନାହିଁ। ମନରେ ବି ଥାଏ ରାଜଧାନୀର ନରରାକ୍ଷସର ଭୟ। ଏଠାରେ ବି ପେଟ ଚାଖଣ୍ଡ ପାଇଁ ଭିକ ମାଗିଲେ।

ଥରେ ପାଟନା ରାସ୍ତାରେ କିଛି ଡ୍ୟାନସର ଚାଲି ଚାଲି ଯାଉଥିଲେ। ସେମାନଙ୍କ ସହିତ କଥା ହେବାକୁ ଚେଷ୍ଟା କଲେ ରାନୀ। ହେଲେ ବିଭେଦ ସୃଷ୍ଟି କଲା ଭାଷା। ସେମାନେ ଓଡ଼ିଆ ଭାଷା ଠିକ୍‌ରେ ବୁଝି ପାରୁନଥିବାରୁ ରାନୀଙ୍କୁ କିଛି ଉତ୍ତର ଦେଇପାରିନଥିଲେ। ତଥାପି ରାନୀ ସେମାନଙ୍କ ପଛେ ପଛେ ଚାଲି ଯାଇଥିଲେ। ଏପରିକି ସେମାନଙ୍କ ଡ୍ୟାନ୍ସ କ୍ଲାସ୍‌ରେ ଯୋଗଦେଲେ ଓ ଅଭ୍ୟାସ ମଧ୍ୟ କଲେ। ଏମିତି ଭାବେ ବିତିଗଲା ୨ରୁ ୩ ଦିନ।

ଦିନେ ରାନୀ ସେମାନଙ୍କ ସହିତ ଗଲେ ସୁଟିଂ ସେଟ୍‌କୁ। ସେଠାରେ ପ୍ରସିଦ୍ଧ ଭୋଜପୁରୀ “ରାଜା ରାଜା ରାଜା, ବହିହେ ମୈ କଶିକେ ସେୟା ମାର ଲୋ କଚାକଚ୍‌” ଗୀତର ସୁଟିଂ ଚାଲିଥିଲା। ଏହି ଗୀତରେ ଦୁଇ ଜଣ ଭୋଜପୁରୀ ନବାଗତା ନାଚୁଥିଲେ। ମାତ୍ର ଠିକ୍‌ରେ ନାଚିପାରୁନଥିବାରୁ ତାଙ୍କ ସହିତ ଗ୍ରୁପ୍‌ ଡ୍ୟାନ୍ସ କରୁଥିବା ରାନୀ ହସି ଦେଇଥିଲେ। ଏହା ଦେଖି ସେମାନେ କହିଥିଲେ-“ତୁ କରପାଏଗା କ୍ୟା, କ୍ୟୁ ହସ୍‌ ରହେହୈ। ଠିକ୍‌ ହୈ ତୁଆଜା, କର୍‌କେ ଦେଖା।” ତା’ପରେ ରାନୀଙ୍କ ଭାଗ୍ୟ ଖୋଲିଯାଇଥିଲା। ସେହି ଗୀତରେ ତାଳେତାଳେ ନାଚିଥିଲେ ରାନୀ। ନୃତ୍ୟ ସୁପର ବମ୍ପର ହିଟ୍‌ ହୋଇଥିଲା। ରାତାରାତି ସେଲିବ୍ରିଟି ବନି ଗଲେ ରାନୀ। ହେଲେ ସେଠାରେ ବେଶୀ ଦିନ ବି ରହିପାରିଲେ ନାହିଁ।
ଘର କଥା ଭାରି ମନେ ପଡ଼ିଲା। ସେଥିପାଇଁ ରାନୀ ଚାଲି ଗଲେ ଜନ୍ମମାଟି ବ୍ରହ୍ମପୁର। ଦୀର୍ଘ ଦିନ ପରେ ଘରକୁ ଯାଉଥିବାରୁ ବାପା, ମାଆ ଓ ନନାଙ୍କ ପାଇଁ ଡ୍ରେସ୍‌ ଏବଂ ମିଠା ନେଇ ଯାଇଥିଲେ। ହେଲେ ଘର ଭିତରକୁ ପୂରାଇ ଦେଲେନାହିଁ ପରିବାର ଲୋକେ। ଶେଷରେ ନିରାଶରେ ଫେରି ଆସିଲେ ପୁଣି ସେହି ଭୁବନେଶ୍ୱର ବସ୍‌ଷ୍ଟାଣ୍ଡ। ସେଠାରେ ବୁଲୁଥିବା ବେଳେ ଦେଖାହେଲା ଜଣେ ମହିଳାଙ୍କ ସହିତ। ତାଙ୍କ ଡ୍ୟାନ୍ସ ସ୍କୁଲ ପାଇଁ ଜଣେ ଶିକ୍ଷକ ଦରକାର ଥିଲା। ରାନୀ ତାଙ୍କ ସହିତ କଥା ହୋଇ ପିଲାଙ୍କୁ ନାଚ ଶିଖାଇବାକୁ ଚାଲି ଗଲେ। ଆଉ ପିଲାଙ୍କୁ ନାଚ ଶିଖାଇଲେ। ସେଠାରେ ରହଣୀ ସମୟରେ ଅଧାରୁ ପାଠ ଛାଡ଼ିଥିବା ରାନୀ ପୁଣି ଥରେ ପଢ଼ିବା ଆରମ୍ଭ କଲେ। ମାଟ୍ରିକ୍‌ ପାସ୍‌ କରି ରାଜଧାନୀ କଲେଜରେ ଯୁକ୍ତି ଦୁଇରେ ପଢ଼ିଲେ। ଏହା ଭିତରେ ରାନୀ ଡ୍ୟାନ୍ସ ଶିଖାଇବା ସହିତ ରିଅଲିଟି ଶୋ’ରେ ଭାଗ ନେଲେ।

ଗ୍ରାଜୁଏସନ୍‌ ପାସ୍‌ କଲା ପରେ ରାନୀ ସାଉଥ୍‌ ଇଣ୍ଡଷ୍ଟ୍ରିକୁ ଚାଲି ଯାଇଥିଲେ। ସେଠାରେ ପ୍ରାୟ ୧୦୦ରୁ ଅଧିକ ଫିଲ୍ମରେ ଗ୍ରୁପ୍‌ ଡ୍ୟାନ୍ସରେ ନାଚିଲେ। ଏପରିକି ଓଡ଼ିଆ ଓ ବଙ୍ଗଳା ଫିଲ୍ମରେ ମଧ୍ୟ ନୃତ୍ୟ ପରିବେଷଣ କଲେ। ସେଥିରେ କିନ୍ତୁ ତିଷ୍ଠି ପାରିଲେ ନାହିଁ। ସେଠାରୁ ଚାଲିଗଲେ ବାର୍‌ ଦୁନିଆକୁ। ବାର୍‌ରେ ଗୀତ ଗାଇବା ସହିତ ନାଚିଲେ। ସେଠାରେ ମଧ୍ୟ ବେଶୀ ଦିନ ରହିପାରିଲେ ନାହିଁ। ନାନା ନିର୍ଯାତନର ଶିକାର ହେଲେ। ପଇସା ମିଳିଲା ନାହିଁ। ବାର୍‌ ମାଲିକମାନେ ମାଲାମାଲ୍‌ ହେଲେ।
ଏହା ଭିତରେ ରାନୀଙ୍କ ଜୀବନରେ ଆସିଲା ନୂଆ ମୋଡ଼। ମନକୁ ରଙ୍ଗାୟିତ କଲା ପ୍ରେମ। ଘଟଣାଚକ୍ରରେ ପ୍ରେମିକ ଜେଲ୍‌ ଚାଲିଗଲେ। ତାଙ୍କୁ ଜେଲରୁ ମୁକୁଳାଇବା ପାଇଁ ବହୁ ସଂଘର୍ଷ କଲେ ରାନୀ। ହେଲେ ପ୍ରେମିକଙ୍କ ପରିବାର ଲୋକଙ୍କ ସର୍ତ୍ତ ଆଗରେ ସେ ହାର ମାନିଗଲେ। ଆଉ ତାଙ୍କର ଜୀବନସାଥୀ ହୋଇପାରିଲେ ନାହିଁ। ପ୍ରେମରେ ବିଫଳ ହେବା ପରେ ପୁଣି ଥରେ ନୃତ୍ୟ ପରିବେଷଣରେ ମନୋନିବେଶ କଲେ।

୨୦୧୮ ମସିହାରେ ଯାତ୍ରା ମହାକୁମ୍ଭ ଖଣ୍ଡଗିରିକୁ ରାକ୍ଷୀ ସାୱନ୍ତ, ଶକ୍ତି କାପୁର, ଅମୀଶା ପଟେଲ୍‌, ରଷିଆନ୍‌ ଡ୍ୟାନ୍ସର, ତେଲଗୁ ଆଇଟମ୍‌ ଡ୍ୟାନ୍ସ ଆସିଥିଲେ। ରାନୀ ମଧ୍ୟ ଏହି ଯାତ୍ରା ମହାକୁମ୍ଭକୁ ଆସିଥିଲେ। ଯାତ୍ରା ରଙ୍ଗମହଲ ପ୍ରଥମେ ତାଙ୍କୁ ଅଫର ଦେଇଥିଲା। ତାଙ୍କ ଅଫରରେ ଯାତ୍ରାରେ ଆଇଟମ୍‌ ଡ୍ୟାନ୍ସ କଲେ ରାନୀ। ତା’ପରବର୍ଷ ଇଷ୍ଟର୍ଣ୍ଣ ଅପେରାରେ ଯୋଗଦେଇଥିଲେ। ତେବେ ଗତବର୍ଷ ଯାତ୍ରା ସଚ୍ଚିଦାନନ୍ଦମ୍‌ରେ ଅଶ୍ଲୀଳ ନୃତ୍ୟକରି ଚର୍ଚ୍ଚାକୁ ଆସିଥିଲେ। ଏଥିପାଇଁ ତାଙ୍କୁ ବହୁ ବାଦ ବିବାଦ ମୁଣ୍ଡାଇବାକୁ ପଡ଼ିଥିଲା। ରାତାରାତି ସେଲିବ୍ରିଟି ବନି ଯାଇଥିଲେ ରାନୀ।

ରାନୀଙ୍କ ବିଗତ ଜୀବନର ଏସବୁ ବାସ୍ତବ ଚିତ୍ର ଓ ଚରିତ୍ରକୁ ନେଇ ଯାତ୍ରା ‘ନ୍ୟୁ ସଚିଦାନନ୍ଦ’ ପ୍ରସ୍ତୁତ କରିଛି ନୂଆ ନାଟକ “ଆଇଟମ୍‌ ଗର୍ଲ ରାନୀ ପଣ୍ଡା”।

ଅଶ୍ଲୀଳତାକୁ ନେଇ ରାନୀ କହିଛନ୍ତି-“ଥରେ ଜଣେ ମହିଳା ମୋତେ ନାରୀ ଜାତି ପାଇଁ କଳଙ୍କ ବୋଲି କହିଥିଲେ। ଏହାର ଉତ୍ତରରେ ସେ କହିଥିଲେ, କଳି ଯୁଗରେ ବେଶ୍ୟା କୁଠି ନଥିଲେ ଭଦ୍ର ମୁଖା ପିନ୍ଧିଥିବା ନାରୀଙ୍କ ଇଜ୍ଜତ ରହିନଥା’ନ୍ତା। ମୁଁ ନାରୀ ଜାତିର କଳଙ୍କ ଟିକା ପିନ୍ଧିଥିବାରୁ ତୁମ ଝିଅ ଓ ବୋହୂମାନେ ଦୁଷ୍କର୍ମରୁ ବଞ୍ଚି ଯାଉଛନ୍ତି। ଏହି କଥା ଶୁଣିବା ପରେ ସମ୍ପୃକ୍ତ ମହିଳା ଚୁପ୍‌ ହୋଇଯାଇଥିଲେ। ଆଉ ତା’ପରେ ସେ ମୋତେ ଭୁଲ ମାଗିଥିଲେ।”

ରାନୀ ଆହୁରି ମଧ୍ୟ କହିଛନ୍ତି-“ସମସ୍ତେ ଚାହାଁନ୍ତି ସହଜରେ ସବୁ କିଛି ମିଳିଯାଉ। ହେଲେ ମୁଁ ତାହା ଚାହେଁନା। ପରିଶ୍ରମ କରି ନାଁ କରିବି। ମରିବା ପର୍ଯ୍ୟନ୍ତ ଲୋକେ ମୋତେ ମନେ ରଖିବେ। ଯାତ୍ରାରେ ସବୁ ଦିନ ପାଇଁ ରହିବି। ଏବେ ନାୟିକା ଚରିତ୍ରରେ ଅଭିନୟ କରୁଛି। ବୟସ ବଢ଼ିଗଲେ ମାଆ ଓ ବୋହୂ ରୋଲ୍‌ କରିବି। ଯେମିତି ଦର୍ଶକେ ସବୁଦିନ ପାଇଁ ମନେ ରଖିବେ।”

ତରଙ୍ଗ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର କିଛି ଅଂଶ....

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story