Advertisment

ବଜ୍ରପାତ ନେଲା ୨ ଜୀବନ

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ଅଚାନକ ବଜ୍ରପାତ ହେଲା। ଯେଉଁଥିରେ ଚାଲି ଯାଇଛି ୨ ଛେଳି ଚରାଳିଙ୍କ ଜୀବନ। ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସାନ୍ତରାପୁର ଗ୍ରାମରେ ଘଟିଛି ଏହି ଅଘଟଣ। ମୃତକ ଦୁଇଜଣ ହେଲେ ଗ୍ରାମର ଦୁଇ ମହିଳା ବିନତୀ ମଣ୍ଡା ଓ ହିରାମଣୀ ମୁଣ୍ଡା। ସୂଚନା ମୁତାବକ, ଆଜି ସେମାନେ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିଲେ। ଅଚାନକ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ମାରିବାରୁ […]

ଅଦ୍ୟତନ ହୋଇଛି
ବଜ୍ରପାତ ନେଲା ୨ ଜୀବନ

lightning

Advertisment

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ଅଚାନକ ବଜ୍ରପାତ ହେଲା। ଯେଉଁଥିରେ ଚାଲି ଯାଇଛି ୨ ଛେଳି ଚରାଳିଙ୍କ ଜୀବନ। ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସାନ୍ତରାପୁର ଗ୍ରାମରେ ଘଟିଛି ଏହି ଅଘଟଣ। ମୃତକ ଦୁଇଜଣ ହେଲେ ଗ୍ରାମର ଦୁଇ ମହିଳା ବିନତୀ ମଣ୍ଡା ଓ ହିରାମଣୀ ମୁଣ୍ଡା।

Advertisment

ସୂଚନା ମୁତାବକ, ଆଜି ସେମାନେ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିଲେ। ଅଚାନକ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ମାରିବାରୁ ସେମାନେ ଏକ ପଥର ଖୋଲରେ ଆଶ୍ରୟ ନେଇଥିଲେ। ମାତ୍ର ଏଠାରେ ବଜ୍ରପାତ ହେବାରୁ ପଥର ଖୋଲରେ ଉଭୟ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ବର୍ଷା କମିବା ପରେ ଗ୍ରାମରୁ ଜଙ୍ଗଲକୁ ଯାଇଥିବା ଅନ୍ୟ ଲୋକମାନେ ଏହା ଦେଖି ତୁରନ୍ତ ସେମାନଙ୍କୁ ନେଇ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe