/odisha-reporter/media/post_attachments/uploads/2016/02/lingaraj.jpg)
lingaraj
ଭୁବନେଶ୍ୱର: ମାର୍ଚ୍ଚ ୭ ତାରିଖରେ ମହା ଶିବରାତ୍ରୀ। ମହାଦେବ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ନେଇ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାତଃ ୩ଟାରୁ ନୀତି ଆରମ୍ଭ ହେବ। ପ୍ରଥମେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ହେବ। ପରେ ଦିନ ତମାମ ମହାପ୍ରଭୁଙ୍କ ବିଭିନ୍ନ ନୀତି ଅନୁଷ୍ଠିତ ହେବ। ଏହାପରେ ରାତି ୧୦ଟାରେ ମହାଦୀପ ଉଠିବା ପରେ ଦର୍ଶନ ଓ ସାହାଣମେଳା ଦର୍ଶନ ନୀତି ହୋଇ ଭୋର ସାଢେ ୪ଟାରେ ବଡ଼ସିଂହାର ଏବଂ ପହୁଡ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
Advertisment
ଆୟୋଜିତ ବୈଠକରେ ମନ୍ଦିର ସେବାୟତ, ଅଗ୍ନିଶମ ଅଧିକାରୀ, ପୋଲିସ୍ ଓ ବିଏମସିର କର୍ମଚାରୀମାନେ ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
