ଲିଙ୍ଗରାଜଙ୍କ ଶିବରାତ୍ରୀ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ: ରାତି ୧୦ରେ ଉଠିବ ମହାଦୀପ

ଭୁବନେଶ୍ୱର: ମାର୍ଚ୍ଚ ୭ ତାରିଖରେ ମହା ଶିବରାତ୍ରୀ। ମହାଦେବ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ନେଇ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାତଃ ୩ଟାରୁ ନୀତି ଆରମ୍ଭ ହେବ। ପ୍ରଥମେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ହେବ। ପରେ ଦିନ ତମାମ ମହାପ୍ରଭୁଙ୍କ ବିଭିନ୍ନ ନୀତି ଅନୁଷ୍ଠିତ ହେବ। ଏହାପରେ ରାତି ୧୦ଟାରେ  ମହାଦୀପ ଉଠିବା ପରେ ଦର୍ଶନ ଓ ସାହାଣମେଳା ଦର୍ଶନ ନୀତି ହୋଇ ଭୋର ସାଢେ ୪ଟାରେ ବଡ଼ସିଂହାର […]

lingaraj

Rakesh Mallick
  • Published: Tuesday, 23 February 2016
  • , Updated: 23 February 2016, 05:12 PM IST

ଭୁବନେଶ୍ୱର: ମାର୍ଚ୍ଚ ୭ ତାରିଖରେ ମହା ଶିବରାତ୍ରୀ। ମହାଦେବ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ନେଇ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାତଃ ୩ଟାରୁ ନୀତି ଆରମ୍ଭ ହେବ। ପ୍ରଥମେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ହେବ। ପରେ ଦିନ ତମାମ ମହାପ୍ରଭୁଙ୍କ ବିଭିନ୍ନ ନୀତି ଅନୁଷ୍ଠିତ ହେବ। ଏହାପରେ ରାତି ୧୦ଟାରେ  ମହାଦୀପ ଉଠିବା ପରେ ଦର୍ଶନ ଓ ସାହାଣମେଳା ଦର୍ଶନ ନୀତି ହୋଇ ଭୋର ସାଢେ ୪ଟାରେ ବଡ଼ସିଂହାର ଏବଂ ପହୁଡ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆୟୋଜିତ ବୈଠକରେ ମନ୍ଦିର ସେବାୟତ, ଅଗ୍ନିଶମ ଅଧିକାରୀ, ପୋଲିସ୍ ଓ ବିଏମସିର କର୍ମଚାରୀମାନେ ଉପସ୍ଥିତ ଥିଲେ।

Related story