Advertisment

୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର, ଗର୍ଭଗୃହକୁ ପ୍ରବେଶ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କୋପ ଧିରେ ଧିରେ କମିବା ପରେ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଧର୍ମପୀଠ ଭକ୍ତଙ୍କ ପାଇଁ ଖୋଲି ସାରିଲାଣି। ରାଜ୍ୟର ପ୍ରାୟତଃ ସମସ୍ତ ଧର୍ମାନୁଷ୍ଠାନ ଖୋଲି ଯାଇଥିବା ବେଳେ ଲିଙ୍ଗରାଜ ମନ୍ଦିର ଖୋଲିବା ନିମନ୍ତେ ମନ୍ଦିର ଟ୍ରଷ୍ଟ ବୋର୍ଡ ଉପରେ ଛଡ଼ା ଯାଇଥିଲା। ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ଅନୁଯାୟୀ, ସେପ୍ଟେମ୍ବର ୧ରୁ କୋଭିଡ୍ କଟକଣା ମଧ୍ୟରେ ଖୋଲିବ ଲିଙ୍ଗରାଜ ମନ୍ଦିର । ନିଷ୍ପତ୍ତି ଅନୁଯାୟୀ, ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ […]

ଅଦ୍ୟତନ ହୋଇଛି
୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର, ଗର୍ଭଗୃହକୁ ପ୍ରବେଶ ମନା

Lingaraj Temple

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କୋପ ଧିରେ ଧିରେ କମିବା ପରେ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଧର୍ମପୀଠ ଭକ୍ତଙ୍କ ପାଇଁ ଖୋଲି ସାରିଲାଣି। ରାଜ୍ୟର ପ୍ରାୟତଃ ସମସ୍ତ ଧର୍ମାନୁଷ୍ଠାନ ଖୋଲି ଯାଇଥିବା ବେଳେ ଲିଙ୍ଗରାଜ ମନ୍ଦିର ଖୋଲିବା ନିମନ୍ତେ ମନ୍ଦିର ଟ୍ରଷ୍ଟ ବୋର୍ଡ ଉପରେ ଛଡ଼ା ଯାଇଥିଲା। ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ଅନୁଯାୟୀ, ସେପ୍ଟେମ୍ବର ୧ରୁ କୋଭିଡ୍ କଟକଣା ମଧ୍ୟରେ ଖୋଲିବ ଲିଙ୍ଗରାଜ ମନ୍ଦିର ।

Advertisment

ନିଷ୍ପତ୍ତି ଅନୁଯାୟୀ, ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ । ସମସ୍ତ ଶ୍ରଦ୍ଧାଳୁ ବାହାର କାଠ ନିକଟରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ।  ମନ୍ଦିର ଖୋଲିବା ନେଇ ସର୍କିଟ ହାଉସରେ ବୈଠକ ବସିଥିବା ବେଳେ ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ, ମନ୍ଦିର କାର୍ଯ୍ୟକାରୀ ଅଧିକାରୀ, ଏଡିଏମ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ  ଓ ୩ ନିଯୋଗ ସମ୍ପାଦକ ଉପସ୍ଥିତ ଥିଲେ ।

ବ୍ରାହ୍ମଣ ନିଯୋଗ ସମ୍ପାଦକଙ୍କ ସୂଚନା ଅନୁସାରେ, କୋଭିଡ ଗାଇଡଲାଇନ୍ ପାଳନ ସହ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ଡବଲ୍ ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି । ଏଥିସହ ସମସ୍ତେ ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ଉପରେ ପ୍ରାଧାନ୍ୟ ଦିଆଯିବ  ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe