ଚିତି ସାପ ନେଲା ସିଂହୀର ପ୍ରାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ସିଂହୀ।  ସାପ କାମୁଡ଼ା ଯୋଗୁ ଗୁରୁତର ହୋଇଥିବା ସିଂହୀର ଗତକାଲିଠୁ ଚିକିତ୍ସା ଚାଲିଥିବା ବେଳେ ଆଜି ତା’ର ମୃତ୍ୟୁ ହୋଇଥିବା ଜଣାଯାଇଛି। ପ୍ରାଣୀ ଉଦ୍ୟାନର ୨୯(ବି) ଖୁଆଡ଼ରେ ସିଂହୀଟି ରହୁଥିବା ବେଳେ ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥ ଥିବା ଜଣାପଡ଼ିଥିଲା। ଏଥଇସହ ସିଂହୀ ଖୁଆଡ଼ରୁ ଏକ ଚିତି ସାପ ଦେଖିବାକୁ ମିଳିଥିବାରୁ ସିଂହୀଟିକୁ ସାପ କାମୁଡ଼ି ଦେଇଥିବା ଅନୁମାନ କରାଗଲା। ତୁରନ୍ତ ସିଂହୀକୁ ଚିକିତ୍ସା ନିମନ୍ତେ ପ୍ରାଣୀ […]

lionnees

Niharika Rout
  • Published: Saturday, 28 May 2022
  • , Updated: 28 May 2022, 01:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ସିଂହୀ।  ସାପ କାମୁଡ଼ା ଯୋଗୁ ଗୁରୁତର ହୋଇଥିବା ସିଂହୀର ଗତକାଲିଠୁ ଚିକିତ୍ସା ଚାଲିଥିବା ବେଳେ ଆଜି ତା’ର ମୃତ୍ୟୁ ହୋଇଥିବା ଜଣାଯାଇଛି।

ପ୍ରାଣୀ ଉଦ୍ୟାନର ୨୯(ବି) ଖୁଆଡ଼ରେ ସିଂହୀଟି ରହୁଥିବା ବେଳେ ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥ ଥିବା ଜଣାପଡ଼ିଥିଲା। ଏଥଇସହ ସିଂହୀ ଖୁଆଡ଼ରୁ ଏକ ଚିତି ସାପ ଦେଖିବାକୁ ମିଳିଥିବାରୁ ସିଂହୀଟିକୁ ସାପ କାମୁଡ଼ି ଦେଇଥିବା ଅନୁମାନ କରାଗଲା। ତୁରନ୍ତ ସିଂହୀକୁ ଚିକିତ୍ସା ନିମନ୍ତେ ପ୍ରାଣୀ ଉଦ୍ୟାନ ମଧ୍ୟରେ ଥିବା ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା।  ସେଠାରେ ତାକୁ ସଙ୍ଗେ ସଙ୍ଗେ ୩ଟି ଆଣ୍ଟିଭେନମ ଇଞ୍ଜେକସନ ଦିଆଯାଇଥିଲା।  ପ୍ରାଣୀ ଉଦ୍ୟାନ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ସିଂହୀଟି ଆଜି ଆଖି ବୁଜିଛି।

ସିଂହୀଟିର ମୃତ୍ୟୁକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଥିବା ବେଳେ ଚିକିତ୍ସାରେ ଅବହେଳା ଯୋଗୁ ଏପରି ହୋଇଥିବା ପରିବେଶବିତ ଅଭିଯୋଗ କରିଛନ୍ତି। ସାପ କାମୁଡ଼ା ଇଞ୍ଜେକସନ ଆଣ୍ଟିଭେନମର ଅଭାବ ଥିବା ପରିବେଶବିତ କହୁଥିବା ବେଳେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଡେପୁଟି ଡାଇରେକ୍ଟର।

ସାପ କାମୁଡ଼ିଲେ ତୁରନ୍ତ ୧୦ ଭାଏଲ ଆଣ୍ଟିଭେନମ ଇଞ୍ଜେକସନ ଦେବା ନିୟମ ଥିବା ବେଳେ ସିଂହୀଟିକୁ କ’ଣ ପାଇଁ କେବଳ ୩ ଭାଏଲ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ପରିବେଶବିତ। ସିଂହୀଟିର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି।  ଆଜି ସିଂହୀର ମୃତ୍ୟୁ ପରେ ନନ୍ଦନକାନନରେ ସେମାନଙ୍କ ସଂଖ୍ୟା ୧୬କୁ ହ୍ରାସ ପାଇଛି।

Related story