Advertisment

ଅବକାରୀ ଅଧିକାରୀଙ୍କ ଗାଡ଼ିରେ ହେଉଛି ମଦ ଚାଲାଣ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଲକ୍‌ଡାଉନ୍‌ ସମୟରେ ହେଉଛି ମଦ ଚାଲାଣ। ଖୋଦ୍‌ ଅବକାରୀ ଇନସ୍‌ପେକ୍ଟର ତଥା ଷ୍ଟାଫ୍‌ଙ୍କ ଦ୍ୱାରା ନିଆ ଯାଉଛି ମଦ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ସ୍ଥିତ ପୁରୁଣା ବସ୍‌ ଷ୍ଟାଣ୍ଡ ଟ୍ରାଫିକ ଥାନା ନିକଟରେ। ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ଅବକାରୀ ବିଭାଗର ଅଧିକାରୀମାନେ ଏକ ଗାଡ଼ିରେ ଆସି  ମଦ ଦୋକାନ ସଟର ଖୋଲିଥିଲେ। ଏହାପରେ କିଛି ମଦ ବୋତଲ କାଟୁନ୍‌କୁ ଅବକାରୀ ଅଧିକାରୀଙ୍କ ଗାଡ଼ିରେ ଭର୍ତ୍ତି କରାଯାଇଥିଲା। ଆଉ […]

author-image
Jyoshna Pradhan
ଅବକାରୀ ଅଧିକାରୀଙ୍କ ଗାଡ଼ିରେ ହେଉଛି ମଦ ଚାଲାଣ

berhampur

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଲକ୍‌ଡାଉନ୍‌ ସମୟରେ ହେଉଛି ମଦ ଚାଲାଣ। ଖୋଦ୍‌ ଅବକାରୀ ଇନସ୍‌ପେକ୍ଟର ତଥା ଷ୍ଟାଫ୍‌ଙ୍କ ଦ୍ୱାରା ନିଆ ଯାଉଛି ମଦ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ସ୍ଥିତ ପୁରୁଣା ବସ୍‌ ଷ୍ଟାଣ୍ଡ ଟ୍ରାଫିକ ଥାନା ନିକଟରେ।

Advertisment

ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ଅବକାରୀ ବିଭାଗର ଅଧିକାରୀମାନେ ଏକ ଗାଡ଼ିରେ ଆସି  ମଦ ଦୋକାନ ସଟର ଖୋଲିଥିଲେ। ଏହାପରେ କିଛି ମଦ ବୋତଲ କାଟୁନ୍‌କୁ ଅବକାରୀ ଅଧିକାରୀଙ୍କ ଗାଡ଼ିରେ ଭର୍ତ୍ତି କରାଯାଇଥିଲା। ଆଉ କିଛି ମଦ କାଟୁନ୍‌ ବାଇକ୍‌ରେ ଚାଲାଣ ହୋଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ମୋବାଇଲରେ ଏହାର ଫଟୋ ଉଠାଇ ରଖିଥିଲେ।

ଏନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆସିଷ୍ଟାଣ୍ଟ କଲେକ୍ଟର ବିନୋଦ ବେହେରା ମଦ ଦୋକାନ ନିକଟକୁ ଯାଇଥିଲେ। ଘଟଣାର ତଦନ୍ତ କରିବା ପାଇଁ ଅବକାରୀ ଅଧିକାରୀଙ୍କୁ ଡାକିଥିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ବି ଅବକାରୀ ଅଧିକାରୀ କିମ୍ବା ଦୋକାନୀ ଆସି ନଥିଲେ।।

Advertisment

ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି,“ମଦ ଦୋକାନକୁ ସୋକଜ୍‌ ହୋଇଛି। ଏଥିସହ  ମଦ ଦୋକାନକୁ ଯାଇଥିବା ଅବକାରୀ ବିଭାଗର ଷ୍ଟାଫ୍‌ଙ୍କୁ ମଧ୍ୟ ସୋକଜ୍ ହୋଇଛି। ଆମେ ଘଟଣାର ତଦନ୍ତ  କରୁଛୁ।”