/odisha-reporter/media/post_attachments/uploads/2020/03/bhadrak-123400.jpg)
bhadrak
ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତିଗିରିଆ ଗାଁ ରାସ୍ତା ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘରୁ ଭଦ୍ରକ ଅବକାରୀ ବିଭାଗ ୧୫୦୦ ଲିଟର ଚୋରା ଦେଶୀ ମଦ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ।
Advertisment
ଏହି ଘଟଣାରେ ସିରାପୁର ଗାଁର ମନୋଜ ମହାରଣାକୁ ଗିରଫ କରାଯାଇଛି। ତେବେ ଅନ୍ୟ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି। ସେମାନେ ହେଲେ ତିଗିରିଆ ଗାଁର ପବିତ୍ର ଜେନା ଓ ମିର୍ଜାପୁର ଗାଁର ନୁଥୁରି ବେହେରା।
ଗତକାଲି ଭଦ୍ରକ ଅବକାରୀ ବିଭାଗର ଏକ ଟିମ୍ ତିଗିରିଆ ଗ୍ରାମାଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସେହି ଅଞ୍ଚଳରେ ଚୋରା ମଦ ଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା।
Advertisment
ଏହାପରେ ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଗଠିତ ଏକ ସ୍କ୍ୱାର୍ଡ ଚଢାଉ କରି ୧୫୦୦ ଲିଟର ଚୋରା ଦେଶୀ ମଦ ଜବତ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
