Advertisment

ଚୋରା ଦେଶୀ ମଦ ଜବତ; ଜଣେ ଗିରଫ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତିଗିରିଆ ଗାଁ ରାସ୍ତା ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘରୁ ଭଦ୍ରକ ଅବକାରୀ ବିଭାଗ  ୧୫୦୦ ଲିଟର  ଚୋରା ଦେଶୀ ମଦ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ସିରାପୁର ଗାଁର ମନୋଜ ମହାରଣାକୁ ଗିରଫ କରାଯାଇଛି। ତେବେ ଅନ୍ୟ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି। ସେମାନେ ହେଲେ ତିଗିରିଆ ଗାଁର  ପବିତ୍ର ଜେନା ଓ ମିର୍ଜାପୁର […]

ଚୋରା ଦେଶୀ ମଦ ଜବତ; ଜଣେ ଗିରଫ

bhadrak

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତିଗିରିଆ ଗାଁ ରାସ୍ତା ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘରୁ ଭଦ୍ରକ ଅବକାରୀ ବିଭାଗ  ୧୫୦୦ ଲିଟର  ଚୋରା ଦେଶୀ ମଦ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ।

Advertisment

ଏହି ଘଟଣାରେ ସିରାପୁର ଗାଁର ମନୋଜ ମହାରଣାକୁ ଗିରଫ କରାଯାଇଛି। ତେବେ ଅନ୍ୟ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି। ସେମାନେ ହେଲେ ତିଗିରିଆ ଗାଁର  ପବିତ୍ର ଜେନା ଓ ମିର୍ଜାପୁର ଗାଁର ନୁଥୁରି ବେହେରା।

ଗତକାଲି ଭଦ୍ରକ ଅବକାରୀ ବିଭାଗର ଏକ ଟିମ୍‌ ତିଗିରିଆ ଗ୍ରାମାଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସେହି ଅଞ୍ଚଳରେ  ଚୋରା ମଦ ଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା।

Advertisment

ଏହାପରେ ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ  ଗଠିତ  ଏକ ସ୍କ୍ୱାର୍ଡ  ଚଢାଉ କରି  ୧୫୦୦ ଲିଟର  ଚୋରା ଦେଶୀ ମଦ  ଜବତ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe