/odisha-reporter/media/post_attachments/uploads/2020/05/khurdh-55000.jpg)
khurdh
ଖୋର୍ଦ୍ଧା(ବଳରାମ ଲେଙ୍କା): ଲକ୍ଡାଉନ୍ ସମୟରେ ଖୋର୍ଦ୍ଧା ଜିଲ୍ଲାରେ ଚାଲିଛି ଗଳାବାଟରେ ମଦ ବ୍ୟବସାୟ। ଆଜି ସକାଳେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତର ବଡ଼ପଦର ଗାଁରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ଗାଁର ଏକ ପୋଖରୀ ନିକଟରେ ଦେଶୀ ମଦ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରାୟ ୩୮୦୦ ଲିଟର ପୋଚ ଅବକାରୀ ବିଭାଗ ନଷ୍ଟ କରିଛି।
Advertisment
ଏତେ ପରିମାଣର ମଦ ପ୍ରସ୍ତୁତ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା ବୋଲି ଅବକାରୀ ଇନସପେକ୍ଟର ରଞ୍ଜନ କୁମାର ନାୟକ କହିଛନ୍ତି। ହେଲେ ଲକଡାଉନ୍ ସମୟରେ କିପରି ମଦ ଚାଲାଣ ହେଉଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଭୁବନେଶ୍ୱରସ୍ଥିତ ଜୟଦେବ ବିହାରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବହୁ ଲୋକ ଦେଶୀ ମଦ ବିକ୍ରି କରୁଥିବାର ଭିଡିଓ ଭାଇରାଲ ହୋଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
