ଶସ୍ୟ ସଂଗ୍ରହ ପାଇଁ ପାଣ୍ଠି କମାଯିବା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି- କୌଣସି ଶସ୍ୟ ସଂଗ୍ରହ କମାଇ ନାହିଁ। ଚାଷୀଙ୍କୁ ଆବଶ୍ୟକତା ପରିମାଣରେ ଦିଆଯାଉଥିବା ଚାହିଦା ବଢିଛି। ଏମ୍ଏସ୍ପି ମଧ୍ୟ ବଢିଛି। ତେଣୁ ଶସ୍ୟ କିଣା ପରେ ଚାଷୀଙ୍କୁ ଦିଆଯାଉଥିବା ଅର୍ଥ ମଧ୍ୟ ଅଧିକ ରହୁଛି। ଏମ୍ଏସ୍ପି ସିଧା ସଳଖ ଚାଷୀଙ୍କ ପାଖକୁ ଯାଉଛି। ଫଳରେ ଚାଷୀଙ୍କ ଅର୍ଥ ମଧ୍ୟସ୍ଥି ନେବା ପ୍ରକ୍ରିୟା ବନ୍ଦ ହୋଇଛି। ମୋଦି ସରକାରଙ୍କ ଅମଳରେ ଚାଷୀଙ୍କଠାରୁ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ ହେଉଛି। ତାହା ପୁଣି MSP ଦରରେ। ଅମୃତ କାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ୍। ମନରେଗାରେ ବଜେଟ ଅନୁଦାନ ହ୍ରାସ ପାଇନି ବୋଲି କହିଲେ। ରାଜ୍ୟଗୁଡ଼ିକ ଲାଗି ୫୦ ବର୍ଷ ବିନା ସୁଧରେ ଋଣ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ବଜେଟ୍ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ରୋଲରକୁ ପିଟିଲା ବସ୍, ୧୫ ଆହତ
ଆଜି ସକାଳେ ବସ୍ଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଆନନ୍ଦପୁରରୁ ଭଦ୍ରକ ଅଭିମୁଖେ ଆସୁଥିଲା
Crime
ଘରୋଇ କଳିର କରୁଣ ପରିଣତି; ବିଷ ପିଇଦେଲେ ୨ ଭଉଣୀ
ନଳିନୀଙ୍କ ମୃତ୍ୟୁ ପରେ ତାଙ୍କର ୨ବର୍ଷର ଶିଶୁଟି ନିଜ ମା’କୁ ଖୋଜି ହେଉଛି।
Accident
ବାଇକ୍ରେ ଯାଉଥିଲେ; ୪ ଯୁବକଙ୍କ ଉପରେ ମାଡ଼ିଗଲା ମାଲବାହୀ ଟ୍ରକ୍
ଆଜି ସକାଳେ ବୋଇପରିଗୁଡ଼ା ବ୍ଲକ ବିଚଲକଟା ଗ୍ରାମର ୪ଜଣ ଯୁବକ ବାଇକ୍ ଯୋଗେ କୌଣସି କାମରେ ଯାଉଥିଲେ।