Advertisment

ତହସିଲଦାରଙ୍କୁ ଘେରିଲେ ବ୍ୟବସାୟୀ

ଆସିକା(ମନୋଜ ମୁନି): ତହସିଲଦାରଙ୍କୁ ଘେରିଲେ ବ୍ୟବସାୟୀ। ଗଞ୍ଜାମ ଜିଲ୍ଲା କଙ୍କୋରଡ଼ା ଗାଁରେ ଆଜି କିଛି ସମୟ ପାଇଁ ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ସାନଖେମୁଣ୍ଡି ତହସିଲଦାରଙ୍କୁ ଘେରାଉ କରିଥିଲେ। ଏହି ଗାଁରେ କୋରନା କଟକଣାକୁ ବେଖାତିର କରି ଦୋକାନ ଖୋଲା ଯାଉଥିବା ନେଇ ତହସିଲଦାର ଅଭିଯୋଗ ପାଇଥିଲେ। ଏନେଇ ଆଜି ତହସିଲଦାର ଓ ତାଙ୍କର କିଛି କର୍ମଚାରୀ ଦୋକାନ ସିଲ୍‌ କରିବାକୁ ଗାଁକୁ ଯାଇଥିଲେ। ହେଲେ ତହସିଲଦାର ଦୋକାନ ସିଲ୍ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତି […]

ଅଦ୍ୟତନ ହୋଇଛି
ତହସିଲଦାରଙ୍କୁ ଘେରିଲେ ବ୍ୟବସାୟୀ

tasidar

Advertisment

ଆସିକା(ମନୋଜ ମୁନି): ତହସିଲଦାରଙ୍କୁ ଘେରିଲେ ବ୍ୟବସାୟୀ। ଗଞ୍ଜାମ ଜିଲ୍ଲା କଙ୍କୋରଡ଼ା ଗାଁରେ ଆଜି କିଛି ସମୟ ପାଇଁ ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ସାନଖେମୁଣ୍ଡି ତହସିଲଦାରଙ୍କୁ ଘେରାଉ କରିଥିଲେ।

Advertisment

ଏହି ଗାଁରେ କୋରନା କଟକଣାକୁ ବେଖାତିର କରି ଦୋକାନ ଖୋଲା ଯାଉଥିବା ନେଇ ତହସିଲଦାର ଅଭିଯୋଗ ପାଇଥିଲେ। ଏନେଇ ଆଜି ତହସିଲଦାର ଓ ତାଙ୍କର କିଛି କର୍ମଚାରୀ ଦୋକାନ ସିଲ୍‌ କରିବାକୁ ଗାଁକୁ ଯାଇଥିଲେ। ହେଲେ ତହସିଲଦାର ଦୋକାନ ସିଲ୍ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ପରେ ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ତହସିଲଦାର ଓ ତାଙ୍କ କର୍ମଚାରୀମାନଙ୍କୁ ଅଟକାଇବା ସହ ସେମାନଙ୍କ ଗାଡିକୁ ମଧ୍ୟ ଛାଡି ନଥିଲେ। ପାଟପୁର ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା ପରେ ତହସିଲଦାର ଓ ତାଙ୍କ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ।

News In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe