Advertisment

ପଶ୍ଚିମବଙ୍ଗରୁ ମଦ ଆଣି ଓଡ଼ିଶାରେ ପଶିଲେ, ଖାଇଲେ ନିର୍ଧୂମ ଛେଚା

ଜଳେଶ୍ୱର(ଅଜିତ ଦାସ): ପଶ୍ଚିମବଙ୍ଗ ମାର୍କା ମଦ ବିକ୍ରି ପାଇଁ ଓଡ଼ିଶା ଆସି ଫସିଗଲେ ୨ ଯୁବକ । ଉତ୍ତ୍ୟକ୍ତ ଲୋକ ମଦ ସହ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।  ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କନ୍ଥୀ ଭଉରୀ ପଞ୍ଚାୟତରେ । ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତିରେ ଏକ ଅଟୋରେ ଦୁଇଜଣ ଯୁବକ ପଶ୍ଚିମବଙ୍ଗ ମାର୍କା ଦେଶୀ ଓ ବିଦେଶୀ ମଦ […]

ଅଦ୍ୟତନ ହୋଇଛି
ପଶ୍ଚିମବଙ୍ଗରୁ ମଦ ଆଣି ଓଡ଼ିଶାରେ ପଶିଲେ, ଖାଇଲେ ନିର୍ଧୂମ ଛେଚା

Tension situation

Advertisment

ଜଳେଶ୍ୱର(ଅଜିତ ଦାସ): ପଶ୍ଚିମବଙ୍ଗ ମାର୍କା ମଦ ବିକ୍ରି ପାଇଁ ଓଡ଼ିଶା ଆସି ଫସିଗଲେ ୨ ଯୁବକ । ଉତ୍ତ୍ୟକ୍ତ ଲୋକ ମଦ ସହ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।  ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵରଜିଲ୍ଲା ଭୋଗରାଇ ବ୍ଲକ କନ୍ଥୀ ଭଉରୀ ପଞ୍ଚାୟତରେ ।

Advertisment

ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତିରେ ଏକ ଅଟୋରେ ଦୁଇଜଣ ଯୁବକ ପଶ୍ଚିମବଙ୍ଗ ମାର୍କା ଦେଶୀ ଓ ବିଦେଶୀ ମଦ ଧରି  ଆସିଥିଲେ। କାନ୍ଥିଭଉରୀ ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ୨ ଯୁବକ ମଦ ଦେବା ସମୟରେ ଗ୍ରାମର ମହିଳାମାନେ ସେମାନଙ୍କୁ ମାଡ଼ ମାରି ଏକ ଘରେ ବନ୍ଦ କରି ରଖିବା ସହିତ ଗାଡି ଭଙ୍ଗା ରୁଜା କରିଥିଲେ।

[caption id="attachment_660447" align="aligncenter" width="650"]Detained Bolero ଉତ୍ତ୍ୟକ୍ତ ଲୋକ ବୋଲେରୋକୁ ଅଟକ ରଖିଛନ୍ତି।[/caption]

Advertisment

କିଛି ସମୟ ପରେ  ଏକ ବୋଲେରୋରେ ୨ ଜଣ ପହଞ୍ଚି ନିଜକୁ ଅବକାରୀ କର୍ମଚାରୀ ପରିଚୟ ଦେଇଥିଲେ ମଧ୍ୟ  ଉତ୍ତେଜନା ଦେଖି ସେଠାରୁ ଖସି ପଳାଇଥିଲେ। ମାତ୍ର ବୋଲେରୋ ମାଲିକ ଅନିଲ୍ ପ୍ରଧାନଙ୍କୁ   ଗାଡ଼ି ସହ ଉତ୍ତ୍ୟକ୍ତ ଲୋକ ଅଟକ ରଖିଛନ୍ତି।    ଗ୍ରାମବାସୀ ବୋଲେରୋ ମାଲିକଙ୍କୁ ମାଡ଼ ମାରିବା ସହ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି।

ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଇଥିବା ବେଳେ ଫାଣ୍ଡି ଅଧିକାରୀ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା  ଚଳାଇଛନ୍ତି। ମାତ୍ର ପରିସ୍ଥିତି ଅଣାୟତ୍ତ ହେବାରୁ ଗୋଟିଏ ପ୍ଲାଟୁନ ଫୋର୍ସ ସହ ଘଟଣାସ୍ଥଳକୁ ଯାଉଥିବା ଜଳେଶ୍ୱର ଆଇଆଇସି କହିଛନ୍ତି।

Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe