Advertisment

ପୁଣି ଫେରିପାରେ ଲକଡାଉନ୍‌!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନକୁ ପାଖାପାଖି ବର୍ଷେ ପୂରିବାକୁ ବସିଥିବାବେଳେ ରାଜ୍ୟରେ ଏହା ପୁଣି ଥରେ ଫେରିପାରେ। ପୁଣିଥରେ ରାଜ୍ୟରେ ଲାଗୁ ହୋଇପାରେ ଲକଡାଉନ। ରାଜ୍ୟରେ ବର୍ତ୍ତମାନ କୋଭିଡ କେସ୍‌ ସଂଖ୍ୟା କମୁଛି। ଏବେ ଲକଡାଉନ ସମ୍ଭାବନା ନାହିଁ କିନ୍ତୁ ଏହାକୁ ଏଡାଇ ହେବ ନାହିଁ। ଅନ୍ୟ ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ନେଇ ଆଜି କିଛି ଏଭଳି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି। କୋଭିଡର ସାମ୍ପ୍ରତିକ ସ୍ଥିତିକୁ ନେଇ ଡିଏମ୍‌ଇଟି କହିଛନ୍ତି ଯେ, ଲୋକେ ନିଜେ […]

ପୁଣି ଫେରିପାରେ ଲକଡାଉନ୍‌!

Lock Down

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନକୁ ପାଖାପାଖି ବର୍ଷେ ପୂରିବାକୁ ବସିଥିବାବେଳେ ରାଜ୍ୟରେ ଏହା ପୁଣି ଥରେ ଫେରିପାରେ। ପୁଣିଥରେ ରାଜ୍ୟରେ ଲାଗୁ ହୋଇପାରେ ଲକଡାଉନ। ରାଜ୍ୟରେ ବର୍ତ୍ତମାନ କୋଭିଡ କେସ୍‌ ସଂଖ୍ୟା କମୁଛି। ଏବେ ଲକଡାଉନ ସମ୍ଭାବନା ନାହିଁ କିନ୍ତୁ ଏହାକୁ ଏଡାଇ ହେବ ନାହିଁ। ଅନ୍ୟ ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ନେଇ ଆଜି କିଛି ଏଭଳି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି।

Advertisment

କୋଭିଡର ସାମ୍ପ୍ରତିକ ସ୍ଥିତିକୁ ନେଇ ଡିଏମ୍‌ଇଟି କହିଛନ୍ତି ଯେ, ଲୋକେ ନିଜେ ସଚେତନ ରହିଲେ, ଲକ୍‌ଡାଉନ ଏଡାଇ ହେବ। ମହାରାଷ୍ଟ୍ର ଓ କେରଳରେ ଆମେରିକା ଏବଂ ବ୍ରିଟେନ ଭଳି ସଂକ୍ରମଣ ନାହିଁ। କିନ୍ତୁ ବ୍ରିଟେନ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକରେ କଟକଣା ଜାରି ହୋଇଛି। ହେଲେ ଓଡ଼ିଶାରେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଯଦି ଆବଶ୍ୟକ ପଡ଼େ ପୂର୍ବ ଭଳି କଟକଣାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଡିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଦୋହରାଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ସର୍ଭେଲାନ୍ସ ଟିମ୍‌ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। କିଛି ଲକ୍ଷଣ ଦେଖାଗଲେ ନିଜେ ଡାକ୍ତରଙ୍କୁ ଜଣାନ୍ତୁ ଏବଂ ତାଙ୍କ ପରାମର୍ଶ ନିଅନ୍ତୁ ବୋଲି ସେ କହିଛନ୍ତି।

Advertisment

ଅନ୍ୟପଟେ ପୁଣିଥରେ ମହାରାଷ୍ଟ୍ରରେ କରୋନା ତାର କାୟା ବିସ୍ତାର କରିଛି। ଗୁରୁବାର ଦିନ ମହାରାଷ୍ଟ୍ରରେ ୫ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର କିଛି ଜିଲ୍ଲାରେ ଲକ୍‌ଡାଉନ୍ ମଧ୍ୟ‌ ଘୋଷଣା ହୋଇଛି। ତେବେ କରୋନା କେସ୍ ପୁଣିଥରେ ବଢ଼ିବାର ଆଶଙ୍କା କରି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍‌ କମିଶନର‌, ପୋଲିସ୍‌ କମିଶନର, ସମସ୍ତ ଡିସିପି ଓ ଏସ୍‌ପିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି।

ଚିଠି ଲେଖି ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ନିକଟ ଅତୀତରେ କୋଭିଡ-୧୯ ମାମଲା କିଛି ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ମହାରାଷ୍ଟ୍ରରେ କରୋନା ମାମଲା ବଢ଼ିଛି। ଦେଶ ଭିତରେ ଲୋକମାନଙ୍କ ଚଳପ୍ରଚଳ ରହିଥିବାରୁ ଯଦି ସତର୍କତାମୂଳକ ପଦକ୍ଷେପ ନିଆ ନଯାଏ, ତା’ହେଲେ ଓଡ଼ିଶାରେ କୋଭିଡ୍ ସ୍ଥିତି ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ନିଜ ଜିଲ୍ଲା ଓ ସହରରେ ଯେଭଳି କୋଭିଡ୍ ମାମଲା ବୃଦ୍ଧି ନ ପାଇବ ତାହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ଗାଇଡଲାଇନ୍ସ ଅନୁସାରେ, ପର୍ଯ୍ୟାପ୍ତ ପରିମାଣର ଟେଷ୍ଟିଂ କରିବାକୁ ପ୍ରଦୀପ୍ତ ମହାପାତ୍ର ପରାମର୍ଶ ଦେଇଛନ୍ତି।

Lockdown
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe