/odisha-reporter/media/post_attachments/uploads/2020/05/bbsr-12300.jpg)
bbsr
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାକୁ ପ୍ରଥମେ ପଙ୍ଗପାଳ ଆସିବେ। ତେବେ ବର୍ଷା ଆରମ୍ଭ ହେଲେ ପଳେଇବେ। ଓୟୁଏଟି ଡିନ୍ ଲଳିତ ମୋହନ ଗଡ଼ନାୟକ ଏହି ସୂଚନା ଦେଇଛନ୍ତି।
Advertisment
ଓଡ଼ିଶାକୁ ପଙ୍ଗପାଳ ଆସିବା ନେଇ କେନ୍ଦ୍ରର ସୂଚନା ପରେ ଆଜି ଏକ ବୈଠକ ବସିଥିଲା। ଏ ବୈଠକ ସରିଲା ପରେ ଓୟୁଏଟି ଡିନ୍ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ଓଡ଼ିଶାକୁ ଜୁନ୍ ମାସରେ ପଙ୍ଗପାଳ ଆସିପାରନ୍ତି ବୋଲି କେନ୍ଦ୍ର ସୂଚନା ଦେଇଛି। ତେବେ ଓୟୁଏଟି ଓ ବିଦ୍ୟାଧରପୁର ଫାର୍ମର କୀଟତତ୍ତ୍ୱବିତମାନଙ୍କୁ ନେଇ ଏକ ଟିମ୍ ଗଠନ ହେବ। ଏହା ସହିତ ଏସ୍ଓପି ଜାରି କରାଯାଇ ଚାଷୀମାନଙ୍କୁ ସଚେତନ କରାଯିବ। ପ୍ରତିଦିନ ଜିଲ୍ଲା ଓ ବ୍ଲକ ସ୍ତରରୁ ରିପୋର୍ଟ ସଂଗ୍ରହ କରାଯିବ।”
Advertisment
ଶ୍ରୀ ଗଡ଼ନାୟକ କହିଛନ୍ତି, କୃଷି ନିର୍ଦ୍ଦେଶକଙ୍କ ଅଧୀନରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ପର୍ଯ୍ୟାପ୍ତ ଔଷଧ, ବଡ଼ ସ୍ପ୍ରେୟର ଓ ଟ୍ରାକ୍ଟର ଦେବା ପାଇଁ ସରକାରଙ୍କୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
