Advertisment

‘ପଶ୍ଚିମ ଓଡ଼ିଶାକୁ ପ୍ରଥମେ ପଙ୍ଗପାଳ ଆସିବେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାକୁ ପ୍ରଥମେ ପଙ୍ଗପାଳ ଆସିବେ। ତେବେ ବର୍ଷା ଆରମ୍ଭ ହେଲେ ପଳେଇବେ।  ଓୟୁଏଟି ଡିନ୍ ଲଳିତ ମୋହନ ଗଡ଼ନାୟକ ଏହି ସୂଚନା ଦେଇଛନ୍ତି। ଓଡ଼ିଶାକୁ ପଙ୍ଗପାଳ ଆସିବା ନେଇ କେନ୍ଦ୍ରର ସୂଚନା ପରେ ଆଜି ଏକ ବୈଠକ ବସିଥିଲା। ଏ ବୈଠକ ସରିଲା ପରେ ଓୟୁଏଟି ଡିନ୍‌ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଓଡ଼ିଶାକୁ ଜୁନ୍‌ ମାସରେ ପଙ୍ଗପାଳ ଆସିପାରନ୍ତି ବୋଲି କେନ୍ଦ୍ର ସୂଚନା ଦେଇଛି। ତେବେ ଓୟୁଏଟି ଓ ବିଦ୍ୟାଧରପୁର […]

ଅଦ୍ୟତନ ହୋଇଛି
‘ପଶ୍ଚିମ ଓଡ଼ିଶାକୁ ପ୍ରଥମେ ପଙ୍ଗପାଳ ଆସିବେ’

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାକୁ ପ୍ରଥମେ ପଙ୍ଗପାଳ ଆସିବେ। ତେବେ ବର୍ଷା ଆରମ୍ଭ ହେଲେ ପଳେଇବେ।  ଓୟୁଏଟି ଡିନ୍ ଲଳିତ ମୋହନ ଗଡ଼ନାୟକ ଏହି ସୂଚନା ଦେଇଛନ୍ତି।

Advertisment

ଓଡ଼ିଶାକୁ ପଙ୍ଗପାଳ ଆସିବା ନେଇ କେନ୍ଦ୍ରର ସୂଚନା ପରେ ଆଜି ଏକ ବୈଠକ ବସିଥିଲା। ଏ ବୈଠକ ସରିଲା ପରେ ଓୟୁଏଟି ଡିନ୍‌ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଓଡ଼ିଶାକୁ ଜୁନ୍‌ ମାସରେ ପଙ୍ଗପାଳ ଆସିପାରନ୍ତି ବୋଲି କେନ୍ଦ୍ର ସୂଚନା ଦେଇଛି। ତେବେ ଓୟୁଏଟି ଓ ବିଦ୍ୟାଧରପୁର ଫାର୍ମର କୀଟତତ୍ତ୍ୱବିତମାନଙ୍କୁ ନେଇ ଏକ ଟିମ୍ ଗଠନ ହେବ। ଏହା ସହିତ ଏସ୍‌ଓପି ଜାରି କରାଯାଇ ଚାଷୀମାନଙ୍କୁ ସଚେତନ କରାଯିବ। ପ୍ରତିଦିନ ଜିଲ୍ଲା ଓ ବ୍ଲକ ସ୍ତରରୁ ରିପୋର୍ଟ ସଂଗ୍ରହ କରାଯିବ।”

Advertisment

ଶ୍ରୀ ଗଡ଼ନାୟକ କହିଛନ୍ତି, କୃଷି ନିର୍ଦ୍ଦେଶକଙ୍କ ଅଧୀନରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ପର୍ଯ୍ୟାପ୍ତ ଔଷଧ, ବଡ଼ ସ୍ପ୍ରେୟର ଓ ଟ୍ରାକ୍ଟର ଦେବା ପାଇଁ ସରକାରଙ୍କୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe