Advertisment

ସିଏଏକୁ ନେଇ ହିଂସା ନୁହେଁ, ତାର୍କିକ ଆଲୋଚନା ଜରୁରୀ: ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ମୁଣ୍ଡ ଟେକିଛି। ଏହି ଆଇନକୁ ବୁଝିବାର ଆବଶ୍ୟକତା ରହିଛି ଏବଂ ଏହାକୁ ନେଇ ତାର୍କିକ ଆଲୋଚନା ଜରୁରୀ ହୋଇପଡ଼ିଛି ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି। ସିଏଏ ବାବଦରେ କୁଲ୍‌ ମାଇଣ୍ଡରେ ବିଚାର କରିବାକୁ ମଧ୍ୟ ସେ ଆହ୍ୱାନ କରିଛନ୍ତି। ସିଏଏ ବିରୋଧୀ ଆନ୍ଦୋଳନରେ ହିଂସା କାଣ୍ଡ ଭିଆଉଥିବା ଅସାମାଜିକଙ୍କୁ ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ମଧ୍ୟ ନିନ୍ଦା କରିବା ଦରକାର […]

ଅଦ୍ୟତନ ହୋଇଛି
ରାଫେଲ ପୂଜାକୁ ନେଇ କଂଗ୍ରେସର ସମାଲୋଚନା, ଜବାବ ରଖିଲେ ବୈଜୟନ୍ତ

BAIJAYANTPANDA..........999999999999999-1-1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ମୁଣ୍ଡ ଟେକିଛି। ଏହି ଆଇନକୁ ବୁଝିବାର ଆବଶ୍ୟକତା ରହିଛି ଏବଂ ଏହାକୁ ନେଇ ତାର୍କିକ ଆଲୋଚନା ଜରୁରୀ ହୋଇପଡ଼ିଛି ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି। ସିଏଏ ବାବଦରେ କୁଲ୍‌ ମାଇଣ୍ଡରେ ବିଚାର କରିବାକୁ ମଧ୍ୟ ସେ ଆହ୍ୱାନ କରିଛନ୍ତି। ସିଏଏ ବିରୋଧୀ ଆନ୍ଦୋଳନରେ ହିଂସା କାଣ୍ଡ ଭିଆଉଥିବା ଅସାମାଜିକଙ୍କୁ ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ମଧ୍ୟ ନିନ୍ଦା କରିବା ଦରକାର ବୋଲି ସେ କହିଛନ୍ତି।

Advertisment

ସେ ଓଟିଭିକୁ ସାକ୍ଷତକାର ଦେଇ କହିଛନ୍ତି, “ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ଭିତରେ ପୁଲିସ୍‌ ପଶିବା ଠିକ୍‌ କି ନୁହେଁ ତାହା ଆଇନ ଅନୁସାରେ ବିଚାର ହେବ। କିନ୍ତୁ ଆଇନ ଶୃଙ୍ଖଳା ପରସ୍ଥିତିରେ ପୁଲିସ୍‌ ପଦକ୍ଷେପ ନେବନି କହିବା ଉଚିତ ନୁହେଁ। ବହୁତ ଲୋକ ସିଏଏ ସହ ଅନ୍ୟ ପ୍ରସଙ୍ଗ ବାବଦରେ ପଢ଼ିନାହାନ୍ତି।”
ସେ ନାଗରିକତା ଆଇନ ଲାଗୁ କରିବା ନେଇ ଅତୀତରୁ ଉଦାହରଣ ଦେଇ କହିଛନ୍ତି, “ସେହି ସମାନ ନୀତି ନେହରୁ ବା ରାଜୀବ ଗାନ୍ଧି ଆପଣାଇଲେ। ତା’ଙ୍କୁ ଧର୍ମନିରପେକ୍ଷତା କୁହାଯାଉଛି, କିନ୍ତୁ ତାହା ନରେନ୍ଦ୍ର ମୋଦି ବା ଅମିତ ଶାହ କଲେ ତା’କୁ ସାମ୍ପ୍ରଦାୟିକତା କୁହାଯାଉଛି। ଏହାକୁ ନେଇ ହିପୋକ୍ରାସି କରିବା ବଦଳରେ ଲଜିକାଲି ଭାବିବା ଦରକାର।”

ସିଏଏ ବିରୋଧୀ ଆନ୍ଦୋଳନ ବାବଦରେ ବୈଜୟନ୍ତ କହିଛନ୍ତି, “ଯେଉଁମାନେ ଢେଲାମାଡ଼ କରୁଛନ୍ତି ସେମାନେ ପ୍ରିନ୍ସିପାଲଙ୍କ ପାଇଁ ନୁହେଁ, ଏହା ପଛରେ କାହାର ନା କାହାର ସ୍ପନସର ରହିଛି। ମୁଁ କହୁନି ଛାତ୍ରଛାତ୍ରୀମାନେ ଏହି ସ୍ପନସର ପାଇଁ ଆନ୍ଦୋଳନ କରୁଛନ୍ତି, କିନ୍ତୁ ସେମାନେ ଏହାକୁ ବୁଝିବା ଦରକାର ଏବଂ ଏହାକୁ ନେଇ ଆଲୋଚନା କରିବା ଦରକାର।”

Advertisment

ସିଏଏ ଆଇନ ଧର୍ମ ଆଧାରରେ ନାଗରିକତା କଥା କହୁଥିବା ନେଇ ହେଉଥିବା ଚର୍ଚ୍ଚା ବାବଦରେ ସେ କହିଛନ୍ତି, “ଯେଉଁ ୩ ଦେଶ କଥା କୁହାଯାଇଛି, ସେମାନଙ୍କ ସମ୍ବିଧାନ ଧର୍ମନିରପେକ୍ଷ ନୁହେଁ। ସେମାନେ କେବଳ ଇସ୍‌ଲାମ ଧର୍ମକୁ ହିଁ ପ୍ରାଧାନ୍ୟ ଦେଇଛନ୍ତି। ଦେଶ ଯେତେବେଳେ ବିଭାଜନ ହେଲା, ସେତେବେଳେ ପ୍ରଶ୍ନ ଥିଲା ଏହି ଦେଶମାନଙ୍କରେ ସଂଖ୍ୟାଲଘୁମାନଙ୍କର କ’ଣ ହେବ? ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିଆକତ୍‌ ଅଲ୍ଲୀଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏଥିରେ କୁହାଯାଇଥିଲା ପରସ୍ପର ଦେଶରେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବେ। ଆମ ଦେଶରେ ତାହା ସମ୍ଭବ ହୋଇଛି। କିନ୍ତୁ ପାକିସ୍ତାନ ଓ ବାଂଲାଦେଶରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦିଆଯାଉଛି। ଧର୍ମ ପରିବର୍ତ୍ତନ ହେଉଛି ଏବଂ ଜବରଦସ୍ତ ବିବାହ କରିଦିଆଯାଉଛି। ଆଉ ସେମାନଙ୍କୁ ନାଗରିତକା ଦେବା କ’ଣ ଆମ ନୈତିକତା ନୁହେଁ?”

ମୁସଲିମ୍‌ ସଂଖ୍ୟାଲଘୁ ଏବଂ ଶ୍ରୀଲଙ୍କାର ତାମିଲମାନଙ୍କ ନାଗରିକତା ନେଇ ସେ କହିଛନ୍ତି, “ସେମାନଙ୍କର ରାଜନୀତିକ ସମସ୍ୟା ଥାଇପାରେ। କିନ୍ତୁ ଅନ୍ୟ ସଂଖ୍ୟାଲଘୁ ସାମ୍ବିଧାନିକ ଭାବେ ନିର୍ଯାତିତ। ସମଗ୍ର ବିଶ୍ୱରେ ଶରଣାର୍ଥୀଙ୍କୁ ନେଇ ଅଲଗା ଭାବେ ଦେଖାଯାଏ ଏବଂ ଅର୍ଥନୀତିକ ରୋଜଗାର ପାଇଁ ଆସୁଥିବା ଲୋକଙ୍କୁ ଅଲଗା ଭାବେ ଦେଖାଯାଏ। କିନ୍ତୁ ଏହାର ଅର୍ଥ ନୁହେଁ ମୁସଲିମ୍‌ମାନଙ୍କୁ ନାଗରିକତା ଦିଆଯାଉ ନାହିଁ। ଶ୍ରୀଲଙ୍କାରେ ସମସ୍ୟା ରାଜନୀତିକ ସମସ୍ୟା, ସେଠାରେ ସମ୍ବିଧାନରେ ଗୋଟିଏ ଧର୍ମକୁ ଗୁରୁତ୍ୱ ଦିଆଯାଉ ନାହିଁ।”

ଅତୀତରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସ୍ୱତନ୍ତ୍ର ଆଇନ୍‌ ଆଣି ଉଗାଣ୍ଡାରୁ ଆସିଥିବା ହଜାର ହଜାର ହିନ୍ଦୁଙ୍କୁ ଠିକ୍ ଏହିଭଳି ନାଗରିକତା ଦେଇଥିଲେ। ପରେ ଶ୍ରୀଲଙ୍କାର ବହୁ ଲୋକଙ୍କୁ ମଧ୍ୟ ନାଗରିକତା ମିଳିଥିବା ବୈଜୟନ୍ତ ଉଦାହରଣ ଦେଇ କହିଥିଲେ, ସିଏଏରେ ୩ ଟି ରାଷ୍ଟ୍ର କଥା କୁହାଯାଇଛି ମାନେ ନୁହେଁ ଅନ୍ୟମାନଙ୍କୁ ଦିଆଯିବନି ବା ପରେ ଅନ୍ୟ ରାଷ୍ଟ୍ରଙ୍କୁ ଯୋଡ଼ାଯିବନି। ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ସଂଖ୍ୟାଲଘୁଙ୍କୁ ନାଗରିକତା ପାଇଁ ଦାବି କରିଥିଲେ। ଏବେ କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ନେହରୁ, ରାଜୀବ ଗାନ୍ଧି ଏବଂ ମନମୋହନ ସିଂହଙ୍କୁ ଅସ୍ୱୀକାର କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe