Advertisment

ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ପାଇଁ ନୂଆ ଲୋଗୋ ଚୂଡ଼ାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଆସନ୍ତା ଫେବୃୟାରୀ ୨୮ତାରିଖରେ ଭୁବନେଶ୍ୱରଠାରେ ୨୪ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଏନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯିବା ସହ ନୂଆ ଲୋଗୋ ଓ ଆବଶ୍ୟକ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଯୋଗ ଦେବା ନେଇ ମଧ୍ୟ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ଗୃହ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ବୈଠକ ଲୋକସେବା […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ପାଇଁ ନୂଆ ଲୋଗୋ ଚୂଡ଼ାନ୍ତ

logo

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଆସନ୍ତା ଫେବୃୟାରୀ ୨୮ତାରିଖରେ ଭୁବନେଶ୍ୱରଠାରେ ୨୪ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଏନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯିବା ସହ ନୂଆ ଲୋଗୋ ଓ ଆବଶ୍ୟକ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଯୋଗ ଦେବା ନେଇ ମଧ୍ୟ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।

Advertisment

ଗୃହ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ବୈଠକ ଲୋକସେବା ଭବନସ୍ଥିତ ନୂଆ କନଭେନସନ ହଲଠାରେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ପ୍ରତିନିଧିମାନେ ଯୋଗ ଦେବେ। ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଅଧ୍ୟକ୍ଷତା କରିବେ ଓ ଆୟୋଜକ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପାଧ୍ୟକ୍ଷ ଭାବେ ବୈଠକରେ ସାମିଲ ହେବେ। ବୈଠକରେ ସଦସ୍ୟ ରାଜ୍ୟଗୁଡ଼ିକର ସାମାଜିକ ଓ ଅର୍ଥନୀତିକ ଯୋଜନା ପ୍ରସଙ୍ଗ ସମେତ ସୀମା ବିବାଦ, ଭାଷାଗତ ସଂଖ୍ୟାଲଘୁ ସମସ୍ୟା ଓ ଆନ୍ତଃ-ରାଜ୍ୟ ପରିବହନ ସମ୍ପର୍କିତ ବିଷୟଗୁଡ଼ିକ ଆଲୋଚନାରେ ସ୍ଥାନ ପାଇବ।

ବୈଠକରେ ସଦସ୍ୟ ରାଜ୍ୟଗୁଡ଼ିକର ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ଦୁଇଜଣ ଲେଖାଏଁ ମନ୍ତ୍ରୀ ଏଥିରେ ସଦସ୍ୟ ରହିବେ। ଓଡ଼ିଶାରୁ ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେବେ। ଏହାବ୍ୟତୀତ ପରାମର୍ଶଦାତା ଭାବେ ଯୋଜନା କମିଶନଙ୍କ ଦ୍ୱାରା ମନୋନୀତ ପ୍ରତି ସଦସ୍ୟ ରାଜ୍ୟର ଜଣେ ଲେଖାଏଁ ବ୍ୟକ୍ତିଙ୍କ ସମେତ ମୁଖ୍ୟ ସଚିବ, ଉନ୍ନୟନ କମିଶନର କିମ୍ବା ସରକାରଙ୍କ ମନୋନୀତ ଜଣେ ବରିଷ୍ଠ ଅଧିକାରୀ ଏହି ବୈଠକରେ ସାମିଲ ହେବେ।

Advertisment

ଆଜି ମଧ୍ୟାହ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ହୋଇଥିଲା ଓ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକକୁ ନେଇ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକରେ ଗୃହ ସଚିବ ସଞ୍ଜିବ ଚୋପ୍ରା, ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ପ୍ରଫୁଲ୍ଲ ପ୍ରଧାନ ଓ ଶଶୀଭୂଷଣ ଶୁକ୍ଳା ପ୍ରମୁଖ ଉପସ୍ଥିତ ଥିଲେ।