ବାଜି ଜିତିଲେ ଓଡ଼ିଆ ପୁଅ: ଅବିନାଶଙ୍କ ହାତ ରନ୍ଧା ଖାଇ ବିଚାରକ ଖୁସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ପୁଅ ଅବିନାଶ ନାୟକ ହେଲେ ‘ମାଷ୍ଟର୍‌ସେଫ୍‌ ଇଣ୍ଡିଆ ସିଜନ୍‌ ୬’ର ବିଜେତା। ନିକଟରେ ଏହି ରିଅଲିଟି ଶୋ’ର ଫିନାଲେ ହୋଇଥିଲା। ଯେଉଁଥିରେ ଅବିନାଶ ବାଜିମାତ୍‌ କରିଛନ୍ତି। ପୁରସ୍କାର ସ୍ୱରୂପ ତାଙ୍କୁ ୨୫ ଲକ୍ଷ ଟଙ୍କା ମିଳିଥିବା ଜଣାପଡ଼ିଛି। ଫିନାଲେ ରାଉଣ୍ଡରେ ଗଞ୍ଜାମ ଆସିକାର ଅବିନାଶଙ୍କ ସହ ୩୫ ବର୍ଷୀୟ ଓଇନ୍‌ଡ୍ରିଲା ବାଲାଙ୍କ ଟକ୍କର ହୋଇଥିଲା। କିନ୍ତୁ ଶେଷରେ ଅବିନାଶଙ୍କୁ ହିଁ ଜଜ୍ ମାନେ ବିଜେତା ଘୋଷଣା କରିଥିଲେ। ଅଡିସନ୍‌ ସମୟରେ ମଧ୍ୟ ଅବିନାଶ […]

av

Biswobandita Swain
  • Published: Sunday, 16 February 2020
  • , Updated: 16 February 2020, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ପୁଅ ଅବିନାଶ ନାୟକ ହେଲେ ‘ମାଷ୍ଟର୍‌ସେଫ୍‌ ଇଣ୍ଡିଆ ସିଜନ୍‌ ୬’ର ବିଜେତା। ନିକଟରେ ଏହି ରିଅଲିଟି ଶୋ'ର ଫିନାଲେ ହୋଇଥିଲା। ଯେଉଁଥିରେ ଅବିନାଶ ବାଜିମାତ୍‌ କରିଛନ୍ତି। ପୁରସ୍କାର ସ୍ୱରୂପ ତାଙ୍କୁ ୨୫ ଲକ୍ଷ ଟଙ୍କା ମିଳିଥିବା ଜଣାପଡ଼ିଛି।

ଫିନାଲେ ରାଉଣ୍ଡରେ ଗଞ୍ଜାମ ଆସିକାର ଅବିନାଶଙ୍କ ସହ ୩୫ ବର୍ଷୀୟ ଓଇନ୍‌ଡ୍ରିଲା ବାଲାଙ୍କ ଟକ୍କର ହୋଇଥିଲା। କିନ୍ତୁ ଶେଷରେ ଅବିନାଶଙ୍କୁ ହିଁ ଜଜ୍ ମାନେ ବିଜେତା ଘୋଷଣା କରିଥିଲେ।

ଅଡିସନ୍‌ ସମୟରେ ମଧ୍ୟ ଅବିନାଶ ବିଚାରକ ମାନଙ୍କୁ ତାଙ୍କ ହାତ ରନ୍ଧା ଖାଦ୍ୟ ଖୁଆଇ ଖୁସି କରିଦେଇଥିଲେ। ଅଡିସନ୍‌ ରାଉଣ୍ଡରେ ସେ ‘ଚିକେନ୍‌ ବେସର’ ପ୍ରସ୍ତୁତ କରିଥିଲେ। ଯାହା ଉପସ୍ଥିତ ଥିବା ୩ଜଣ ବିଚାରକ ବିକାଶ ଖାନ୍ନା, ରଣବୀର ବରାର ଏବଂ ଭିନିତ୍‌ ଭାଟିଆଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଅବିନାଶଙ୍କ ଏହି ଖାଦ୍ୟକୁ ଖାଇବା ପରେ ୩ଜଣ ବିଚାରକ ତାଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ। ପାରମ୍ପରିକ ରନ୍ଧଣା ଶୈଳୀରେ ଆଧୁନିକ ଛୁଙ୍କ ଦେଇଥିବା ଅବିନାଶଙ୍କ ରନ୍ଧା ଖାଇବା ପରେ ସେଫ୍‌ ବିକାଶ କହିଥିଲେ, ‘ଜୟ ହୋ ଓଡ଼ିଶା’।

ତେବେ ଏହି ଶୋ’ରେ ଅନେକ ସମୟରେ ଅବିନାଶଙ୍କୁ ଅନେକଥର ଓଡ଼ିଆ ବ୍ୟଞ୍ଜନ ରୋଷେଇ କରିବାର ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ, ୨୦୧୯ରେ ଅବିନାଶ Lokicooks Fellowship ଗ୍ରହଣ କରିଥିଲେ। ଗତବର୍ଷ Hungry for Haldiramର କୁକିଂ ପ୍ରତିଯୋଗିତାରେ ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ସେ ଥିଲେ।

ଡିସେମ୍ୱର ୭ରେ ଷ୍ଟାର ପ୍ଲସ୍‌ରେ ମାଷ୍ଟରସେଫ୍‌ ଇଣ୍ଡିଆ ସିଜନ ୬ ଶୋ’ ପ୍ରସାରିତ ହୋଇଥିଲା। ଏହି ଶୋ’ର ଗ୍ରାଣ୍ଡ ଫିନାଲେରେ ପୂର୍ବତନ ମାଷ୍ଟର୍‌ସେଫ୍‌ ଇଣ୍ଡିଆର ବିଜେତାମାନେ ଓ ରିପୁ ଦାମନ୍‌ ହାନ୍ଦା, ଭରୁଣ ଶର୍ମାଙ୍କ ଭଳି ସେଲେବ୍ରିଟି ଓ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ।

 

Related story