Advertisment

Degree Holders ହୋମଗାର୍ଡ ଚାକିରି ପାଇଁ ୬୫ହଜାର ଗ୍ରାଜୁଏଟ୍ ଓ ପିଜି ଡିଗ୍ରୀଧାରୀଙ୍କ ଲମ୍ବା ଧାଡ଼ି

ରାଜ୍ୟର ସମସ୍ତ ପୁଲିସ ଜିଲ୍ଲାରେ ମୋଟ ୪୯୨୪ଟି ହୋମଗାର୍ଡ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ମୋଟ  ୨ଲକ୍ଷ ୨୦ ହଜାର ୩୩୫ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି। ଆବେଦନକାରୀଙ୍କ ମଧ୍ୟରେ ୬୩,୫୧୮ ଜଣ ଗ୍ରାଜୁଏଟ ଓ ୧୨୬୯ ଜଣ ପୋଷ୍ଟ ଗ୍ରାଜୁଏଟ ରହିଛନ୍ତି ।

Homeguard
Advertisment

ରାଜ୍ୟରେ ବେକାରୀ ସମସ୍ୟାର ଚିନ୍ତାଜନକ ତଥ୍ୟ ଉଜାଗର ହୋଇଛି। ପୁଲିସ ବିଭାଗରେ ହୋମଗାର୍ଡ ଚାକିରି ପାଇଁ ପ୍ରାୟ ୬୫ହଜାର ଗ୍ରାଜୁଏଟ ଓ ପିଜି ଡିଗ୍ରୀଧାରୀ ମଧ୍ୟ ଆବେଦନ କରିଛନ୍ତି। ହୋମଗାର୍ଡ ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା ଅଣ୍ଡରମାଟ୍ରିକ ଥିବାବେଳେ ହଜାର ହଜାର ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀଧାରୀ ଯୁବକଯୁବତୀଙ୍କ ଆବେଦନ କରିବା ବେକାର ସମସ୍ୟାର ବିକଟାଳ ଚିତ୍ରକୁ ପଦାରେ ପକାଇ ଦେଇଛି।

Advertisment

ସୋମବାର Odisha ବିଧାନସଭାରେ କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତଥ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ରାଜ୍ୟର ସମସ୍ତ ପୁଲିସ ଜିଲ୍ଲାରେ ମୋଟ ୪୯୨୪ଟି ହୋମଗାର୍ଡ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ମୋଟ  ୨ଲକ୍ଷ ୨୦ ହଜାର ୩୩୫ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି। ଏହି ସମୁଦାୟ ଆବେଦନକାରୀଙ୍କ ମଧ୍ୟରେ ୬୩,୫୧୮ ଜଣ ଗ୍ରାଜୁଏଟ ବା ସ୍ନାତକ ଓ ୧୨୬୯ ଜଣ ପୋଷ୍ଟ ଗ୍ରାଜୁଏଟ ବା ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ଯୁବକଯୁବତୀ ରହିଛନ୍ତି ।

ସେହିପରି ଜିଲ୍ଲାୱାରୀ ପରିସଂଖ୍ୟାନକୁ ଦେଖିଲେ ହୋମଗାର୍ଡ ।କିରି ପାଇଁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ଉଚ୍ଚଶିକ୍ଷିତ ପ୍ରାର୍ଥୀ ଆବେଦନ କରିଥିବା ଜଣାପଡ଼ିଛି । ଜିଲ୍ଲାରେ ୨୮୦ଟି ହୋମଗାର୍ଡ ପଦବୀ ପାଇଁ ସେଠାରେ ୧୬୧ ଜଣ ପିଜି ଡିଗ୍ରୀଧାରୀ ଓ ୬୨୦୬ ଜଣ ଗ୍ରାଜୁଏଟ ଆବେଦନ କରିଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାରେ ୧୯୭ଟି ହୋମଗାର୍ଡ ପଦବୀ ପାଇଁ ୧୧୩ଜଣ ପିଜି ଡିଗ୍ରୀଧାରୀ ଆବେଦନ କରିଛନ୍ତି । ସେହିପରି ସମ୍ବଲପୁରରେ ୫୮, ରାୟଗଡ଼ାରେ ୫୨, କେନ୍ଦୁଝରରେ ୭୬ ଓ ବରଗଡ଼ ଜିଲ୍ଲାରେ ୬୧ ଜଣ ପିଜି ଡିଗ୍ରୀଧାରୀ ପ୍ରାର୍ଥୀ ଆବେଦନ କରିଛନ୍ତି ।

Advertisment

ହୋମଗାର୍ଡ ପଦବୀ ପାଇଁ ଗ୍ରାଜୁଏଟ ପ୍ରାର୍ଥୀଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଛି। ଯେଉଁଥିରେ ପୁରୀର ୪୨୨୪ ଜଣ, କଟକ ଗ୍ରାମାଂଚଳରୁ ୩୦୪୫ ଜଣ, ବାଲେଶ୍ୱରରୁ ୨୮୮୯ ଜଣ ଓ ଭଦ୍ରକରୁ ୨୪୨୬ ଜଣ ଯୁବକଯୁବତୀ ରହିଛନ୍ତି। ପଦବୀ ତୁଳନାରେ ଆବେଦନକାରୀଙ୍କ ସଂଖ୍ୟା ମଧ୍ୟ ଅନେକ ସ୍ଥାନରେ ଅହେତୁକ ଭାବେ ଅଧିକ ରହିଛି।

ଉଦାହରଣ ସ୍ୱରୂପ ବୌଦ୍ଧ ଜିଲ୍ଲାରେ ମାତ୍ର ୧୯ଟି ପଦବୀ ପାଇଁ ୨୨୦୨ ଜଣ ଆବେଦନ କରିଥିବାବେଳେ ବାଲେଶ୍ୱରରେ ୧୯୭ଟି ପଦବୀ ପାଇଁ ୯୨୯୨ ଜଣ ଓ କେନ୍ଦୁଝରରେ ୩୩୦ଟି ପଦବୀ ପାଇଁ ୧୩୦୩୦ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ସମ୍ବଲପୁରରେ ୧୮୩ଟି ପଦବୀ ପାଇଁ ୧୦୩୪୦ ଜଣ ଓ ରାଉରକେଲାରେ ୧୨୦ଟି ପଦବୀ ପାଇଁ ୯୪୧୮ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି । ସମଗ୍ର ରାଜ୍ୟରେ ହାରାହାରି ଗୋଟିଏ ପଦବୀ ପାଇଁ ପ୍ରାୟ ୪୪.୭ ଜଣ ପ୍ରାର୍ଥୀ ପ୍ରତିଯୋଗିତା କରୁଛନ୍ତି । ଏତେସଂଖ୍ୟାରେ ପ୍ରାର୍ଥୀଙ୍କ ପରୀକ୍ଷାକୁ ଶୃଙ୍ଖଳିତ, ପାରଦର୍ଶୀ ଓ ନିରାପଦ ଭାବେ ଶେଷ କରିବା ପାଇଁ ସରକାର ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଥିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଧାନସଭାକୁ ଅବଗତ କରାଇଛନ୍ତି ।

Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe