Advertisment

Loot: ମା’ଙ୍କୁ ମେଡିକାଲ ନେଇଥିବା ବେଳେ ଘରେ ବୁଲିଲା କଳାକନା, ନେଇଗଲେ ୧୫ ଲକ୍ଷ ଟଙ୍କାର ସୁନାଗହଣା

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ନଈଛଣପୁର ଗାଁର ସତ୍ୟଜିତ ମଳିକଙ୍କ ଘରୁ ଗତକାଲି ରାତିରେ ଚୋରି ହୋଇଛି। ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା ସହିତ କିଛି ନଗଦ ଟଙ୍କା ନେଇ ଯାଇଛନ୍ତି ଚୋର।

chori
Advertisment

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ନଈଛଣପୁର ଗାଁର ସତ୍ୟଜିତ ମଳିକଙ୍କ ଘରୁ ଗତକାଲି ରାତିରେ ଚୋରି ହୋଇଛି। ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା ସହିତ କିଛି ନଗଦ ଟଙ୍କା ନେଇ ଯାଇଛନ୍ତି ଚୋର। ଏନେଇ ସେ ଖନ୍ତପଡ଼ା ଥାନାରେ ଅଭିଯୋଗ କରିଛନ୍ତି। 

Advertisment

ସତ୍ୟଜିତଙ୍କ ମାଆଙ୍କ ଦେହ ଖରାପ ଅଛି। ସେଥିପାଇଁ ଗତକାଲି ପ୍ରଥମେ ତାଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।  ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଗତକାଲି ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଘରେ କେହି ନଥିଲେ।

ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇଛନ୍ତି ଚୋର l ଘରୁ ସମସ୍ତ ସୁନା,ଗହଣା ନେଇଯାଇଛନ୍ତି। ସେଗୁଡ଼ିକର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ। ଏଥିସହିତ କିଛି ନଗଦ ଟଙ୍କା ମଧ୍ୟ ନେଇଯାଇଛନ୍ତି ଚୋର।

Advertisment

ଆଜି ସକାଳେ ଗାଁର କିଛି ଲୋକ ସରୋଜଙ୍କ ଘରର ଝରକା ଭଙ୍ଗା ଯାଇଥିବା ଦେଖି ତାଙ୍କୁ ଖବର ଦେଇଥିଲେ। ତେଣୁ ପରିବାର ଲୋକେ ପହଞ୍ଚି ଖନ୍ତାପଡ଼ା ପୁଲିସକୁ ଜଣାଇଥିଲେ l ଖବର ପାଇ ଖନ୍ତାପଡ଼ା ପୁଲିସ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରିଥିଲା। ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଚୋରଙ୍କ ସଂପର୍କରେ କିଛି ଜଣାପଡ଼ିନାହିଁ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe