Advertisment

ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟ୍‌

ପିପିଲି (ଓଡିଶା ରିପୋର୍ଟର): ଜଣେ ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ୫୦ ହଜାର ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରୁ। ଗୁରୁତର ଆହତ ହୋଇଥିବା ବ୍ୟବସାୟୀ ନିରଞ୍ଜନ ନାୟକଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ପିପିଲି ଥାନା ଅନ୍ତର୍ଗତ ପୋଡ଼ଙ୍ଗ ଗାଁରେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ପୁଲିସ ଏହି ଘଟଣାରେ ଜଣଙ୍କୁ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଦୁର୍ବୃତ୍ତଙ୍କ ଆକ୍ରମଣରେ ୫ ଗୁରୁତର

attack

ପିପିଲି (ଓଡିଶା ରିପୋର୍ଟର): ଜଣେ ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ୫୦ ହଜାର ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରୁ।

Advertisment

ଗୁରୁତର ଆହତ ହୋଇଥିବା ବ୍ୟବସାୟୀ ନିରଞ୍ଜନ ନାୟକଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ପିପିଲି ଥାନା ଅନ୍ତର୍ଗତ ପୋଡ଼ଙ୍ଗ ଗାଁରେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ, ନିରଞ୍ଜନ ଭୁବନେଶ୍ୱରରେ ପରିବା ବେପାର କରନ୍ତି। ସେ ପ୍ରତିଦିନ ତେଇଶପୁର ବଜାରରେ ବାଇକ୍‌ ରଖି ଭୁବନେଶ୍ୱର ଯାଆନ୍ତି। ପରିବା ବେପାର ସାରି ଭୁବନେଶ୍ୱରରୁ ଫେରିବା ପରେ ବାଇକ୍‌ରେ ଘରକୁ ଆସନ୍ତି।

Advertisment

ଗତକାଲି ସନ୍ଧ୍ୟାରେ ନିରଞ୍ଜନ ଭୁବନେଶ୍ୱରରୁ ପରିବା ବେପାର ସାରି ଅଟୋରେ ଆସି ତେଇଶପୁରଠାରେ ନିଜ ବାଇକ୍‌ ଚାବି ଖୋଲୁଥିବା ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପରେ ତାଙ୍କଠାରୁ ୫୦ ହଜାର ଟଙ୍କା ସହ ସୁନା ଚେନ, ରୁପା ବ୍ରେସଲେଟ ଲୁଟି ନେଇ ଫେରାର ହୋଇଗଲେ।

ସ୍ଥାନୀୟ ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।  ପିପିଲି ପୁଲିସ୍‌ ଏହି ଘଟଣାରେ ଜଣଙ୍କୁ ଅଟକ ରଖି  ପଚରା ଉଚରା ଚଳାଇଛି।

Loot