/odisha-reporter/media/post_attachments/uploads/2020/06/police-5500.jpg)
police
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ପିସ୍ତଲ ଦେଖାଇ ଜଣେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ୭୨ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲାସ୍ଥିତ ୭ ନମ୍ୱର ସେକ୍ଟର ଥାନାରେ ଲୁଟ୍ର ଶିକାର ହୋଇଥିବା ଫାଇନାନ୍ସ କମ୍ପାନୀର କର୍ମଚାରୀ ଅବଦେଶ ସିଂ ଏତଲା ଦେଇଛନ୍ତି।
Advertisment
ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୨ଟା ବେଳେ ଅବଦେଶ ବିଭିନ୍ନ ସ୍ଥାନରୁ ଟଙ୍କା କଲେକ୍ସନ କରି ବାଇକ୍ରେ କମ୍ପାନୀକୁ ଯାଉଥିଲେ। ଏହି ସମୟରେ ୯ ନମ୍ବର ସେକ୍ଟର ଷ୍ଟିଲ୍ କ୍ଲବ ନିକଟରେ ୩ ଜଣ ଯୁବକ ବାଇକ୍ରେ ଆସି ପିସ୍ତଲ ଦେଖାଇ ତାଙ୍କୁ ଅଟକାଇ ଥିଲେ। ଏହାପରେ ଦୁର୍ବୃତ୍ତମାନେ ଆଖି ପିଛୁଳାକେ ତାଙ୍କଠାରୁ ଟଙ୍କା ବ୍ୟାଗ ଝାମ୍ପିନେଇ ପଳାଇଥିଲେ। ଖବର ପାଇ ୭ ନମ୍ବର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
