Advertisment

ହର୍ଲିକ୍ସ କାହାଣୀ ରଚି ଦୋକାନ ଖୋଳ, ଦୋକାନୀ ଜଳକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଲ୍ମ ଷ୍ଟାଇଲରେ ମେଡିସିନ୍‌ ଦୋକାନୀକୁ ଚକ୍‌ମା ଦେଇ ପ୍ରାୟ ୪୯ ହଜାର ଟଙ୍କା ଲୁଟି ନେଲେ ଲୁଟେରା। ଗ୍ରାହକ ରୂପରେ ଆସି ୩ ଲୁଟେରା ଲୁଟ୍‌ପାଟ୍ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟରେ ଥିବା ଏକ ମେଡିସିନ୍‌ ଦୋକାନରେ। ଗତକାଲି ତିନିଜଣ ଜଣ ଲୁଟେରା ଗ୍ରାହକ ଭାବେ ମେଡିସିନ୍ ଷ୍ଟୋରକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ  ଲୁଟେରା ଦୋକାନୀକୁ ହର୍ଲିକ୍ସ ମାଗିଥିଲେ। ଦୋକାନୀଙ୍କୁ ସେ […]

ଅଦ୍ୟତନ ହୋଇଛି
ହର୍ଲିକ୍ସ କାହାଣୀ ରଚି ଦୋକାନ ଖୋଳ, ଦୋକାନୀ ଜଳକା

loot

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଲ୍ମ ଷ୍ଟାଇଲରେ ମେଡିସିନ୍‌ ଦୋକାନୀକୁ ଚକ୍‌ମା ଦେଇ ପ୍ରାୟ ୪୯ ହଜାର ଟଙ୍କା ଲୁଟି ନେଲେ ଲୁଟେରା। ଗ୍ରାହକ ରୂପରେ ଆସି ୩ ଲୁଟେରା ଲୁଟ୍‌ପାଟ୍ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟରେ ଥିବା ଏକ ମେଡିସିନ୍‌ ଦୋକାନରେ।

Advertisment

ଗତକାଲି ତିନିଜଣ ଜଣ ଲୁଟେରା ଗ୍ରାହକ ଭାବେ ମେଡିସିନ୍ ଷ୍ଟୋରକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ  ଲୁଟେରା ଦୋକାନୀକୁ ହର୍ଲିକ୍ସ ମାଗିଥିଲେ। ଦୋକାନୀଙ୍କୁ ସେ ହର୍ଲିକ୍ସ ଦାମ୍‌ରୁ ୭୦ ଟଙ୍କା କମ୍ ଦେଇ ସେଠାରୁ ଦୌଡ଼ି ପଳାଇଥିଲେ। ମେଡିସିନ୍ ଷ୍ଟୋର ମାଲିକ ମଧ୍ୟ ଦୋକାନ ଛାଡ଼ି ତାଙ୍କ ପଛରେ ଦୌଡ଼ିଥିଲେ।

ଏହା ପରେ ପୂର୍ବ ପ୍ଲାନ୍ ମୁତାବକ ଦୋକାନରେ ଗ୍ରାହକ ସାଜି ଛିଡ଼ା ହୋଇଥିବା ଅନ୍ୟ ଦୁଇ ଲୁଟେରା ଦୋକାନ ଭିତରେ ପଶି କ୍ୟାସ୍ କାଉଣ୍ଟରରୁ ପ୍ରାୟ ୪୯ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ।

Advertisment

ମେଡିସିନ୍ ଷ୍ଟୋର ମାଲିକ ଦୋକାନକୁ ଫେରି ଡ୍ର’ରେ ଟଙ୍କା ନ ଥିବା ଦେଖିବାକୁ ପାଇଥିଲେ। ଦୋକାନରେ ଲାଗିଥିବା ସିସିଟିଭିରେ ଲୁଟ୍‌ ବେଳର ଦୃଶ୍ୟର କଏଦ ହୋଇଛି। ଏନେଇ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ୍‌ ଘଟଣାର ଛାନ୍‌ଭିନ୍‌ କରୁଛି। କିନ୍ତୁ କାହାକୁ ଗିରଫ କରାଯାଇ ପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe