Advertisment

ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ପଶିଲେ ଲୁଟେରା, ଲକ୍ଷାଧିକ ଟଙ୍କା ଲୁଟି ନେଲେ

ନିଳଗିରି(ବିଶ୍ୱମ୍ବର ଦାସ): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵର ଶୈବପୀଠକୁ ଛାଡ଼ିଲେନି ଲୁଟେରା। ହୁଣ୍ଡିବାକ୍ସ ଏବଂ ପଞ୍ଚଲଡ଼ୁ ଭୋଗ ଦୋକାନର ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା। ଏହି ଘଟଣା ଶ୍ରଦ୍ଧାଳୁଙ୍କୁ ଶକ୍ତ ଆଘାତ ଦେଇଥିବା ବେଳେ ଏବେ ହୁଣ୍ଡି ବାକ୍ସରେ ଦାନ ପକାଇବାକୁ ବାରଣ କରାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଶ୍ରଦ୍ଧାଳୁମାନଙ୍କ ପାଇଁ ପଞ୍ଚଲିଙ୍ଗେଶ୍ଵର ମହାଦେବଙ୍କ ଫାଟକ ପ୍ରତ୍ୟେକ ଦିନ ସକାଳ ୭ରେ ଖୋଲିବା ପରେ ସନ୍ଧ୍ୟା ୫ରେ ବନ୍ଦ ହୋଇଯାଏ। […]

ଅଦ୍ୟତନ ହୋଇଛି
ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ପଶିଲେ ଲୁଟେରା, ଲକ୍ଷାଧିକ ଟଙ୍କା ଲୁଟି ନେଲେ

loot

Advertisment

ନିଳଗିରି(ବିଶ୍ୱମ୍ବର ଦାସ): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵର ଶୈବପୀଠକୁ ଛାଡ଼ିଲେନି ଲୁଟେରା। ହୁଣ୍ଡିବାକ୍ସ ଏବଂ ପଞ୍ଚଲଡ଼ୁ ଭୋଗ ଦୋକାନର ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା। ଏହି ଘଟଣା ଶ୍ରଦ୍ଧାଳୁଙ୍କୁ ଶକ୍ତ ଆଘାତ ଦେଇଥିବା ବେଳେ ଏବେ ହୁଣ୍ଡି ବାକ୍ସରେ ଦାନ ପକାଇବାକୁ ବାରଣ କରାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଶ୍ରଦ୍ଧାଳୁମାନଙ୍କ ପାଇଁ ପଞ୍ଚଲିଙ୍ଗେଶ୍ଵର ମହାଦେବଙ୍କ ଫାଟକ ପ୍ରତ୍ୟେକ ଦିନ ସକାଳ ୭ରେ ଖୋଲିବା ପରେ ସନ୍ଧ୍ୟା ୫ରେ ବନ୍ଦ ହୋଇଯାଏ। ଟ୍ରଷ୍ଟି ମ୍ୟାନେଜର ତାଲା ପକାଇ ଘରକୁ ଚାଲିଯାଆନ୍ତି।

ଠିକ୍ ଏହାରି ସୁଯୋଗରେ ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ମହାଦେବଙ୍କ ମନ୍ଦିରକୁ ପ୍ରବେଶ କରିଥିଲେ। ଏହାପରେ ସେମାନେ ପୀଠରେ ଥିବା ହୁଣ୍ଡିଦାନ ବାକ୍ସ ଏବଂ ପଞ୍ଚଲଡୁ ଭୋଗ ଦୋକାନ ତାଲାଚାବି ଭାଙ୍ଗି ସେଥିରେ ଥିବା ପ୍ରାୟ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

Advertisment

ଆଜି ସକାଳେ ପଞ୍ଚଲିଙ୍ଗେଶ୍ଵର ଫାଟକ ଖୋଲିବା ପରେ ଟ୍ରଷ୍ଟି ମ୍ୟାନେଜର ଲୁଟ୍‌ ସମ୍ପର୍କରେ ଜାଣି ପାରିଥିଲେ। ଏନେଇ ସେ ନୀଳଗିରି ଥାନାକୁ ଖବର ଦେବାରୁ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ  କଡ଼ା ଦଣ୍ଡ ଦେବା ସହିତ ମନ୍ଦିର ଚତୁଃପାର୍ଶ୍ୱରେ ସିସିଟିଭି ଲଗାଇବା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରଶାସନକୁ ନିବେଦନ କରାଯାଇଛି।

ଏହି ଘଟଣା ପରେ  ହୁଣ୍ଡି ବାକ୍ସରେ ଦାନ ପକାଇବାକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଫଳରେ ଦୂରଦୂରାନ୍ତରୁ ବାବାଙ୍କ ଦର୍ଶନ ନିମନ୍ତେ ଆସୁଥିବା ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe