ପୁଲିସ ସହିତ ଯୁକ୍ତି କରୁଛନ୍ତି ସ୍ଥାନୀୟ ଲୋକେ
ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଡକାୟତ ଆତଙ୍କ। ଆଉ ଏବେ ଡକାୟତଙ୍କ ଟାର୍ଗେଟରେ ଅଛନ୍ତି ଶିକ୍ଷକ। ଗତକାଲି ଏହି ଥାନା ଅନ୍ତର୍ଗତ ଖୁଣ୍ଟାପୁରରେ ଜଣେ ଶିକ୍ଷକଙ୍କ ଘରେ ଡକାୟିତ ଉଦ୍ୟମ ହେବା ପରେ ଏହି ଆଲୋଚନା କରାଯାଉଛି। କାରଣ ତା’ପୂର୍ବରୁ ଏହି ଥାନା ଅଞ୍ଚଳରେ ୩ ଜଣ ଶିକ୍ଷକଙ୍କ ଘରୁ ଲୁଟ୍ ହୋଇସାରିଛି।
ଖୁଣ୍ଟାପୁର ଗ୍ରାମର ସଂସ୍କୃତ ଶିକ୍ଷକ ଚିନ୍ମୟ କୁମାର ମିଶ୍ର ମଙ୍ଗଳବାର ସନ୍ଧ୍ୟାରେ ଘରେ ଏକୁଟିଆ ଥିବାବେଳେ ବିଭିନ୍ନ ମାରଣାସ୍ତ୍ର ଧରି ୫ରୁ ୭ଜଣ ଡକାୟତ ତାଙ୍କ ଘରେ ପଶିଥିଲେ। ସେମାନେ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ଲୋକଙ୍କୁ ଦେଖି ଡକାୟତମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଜଣେ ଡକାୟତଙ୍କୁ ଗ୍ରାମବାସୀ ଧରିବାରେ ସକ୍ଷମ ହୋଇଥିଲେ। ଉକ୍ତ ଡକାୟତକୁ ନିସ୍ତୁକ ପିଟିବା ପରେ ଲୋକେ ପୁଲିସକୁ ଖବର ଦେଇଥିଲେ।
ବୈଶିଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକଙ୍କ ଅସନ୍ତୋଷର ସମ୍ମୁଖୀନ ହୋଇଥିଲା। ଡକାୟତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଏସ୍ଡିପିଓ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।
ଗତ ଏକ ମାସ ମଧ୍ୟରେ ଲଗାତାର ୪ ଜଣ ଶିକ୍ଷକଙ୍କ ଘରୁ ଲୁଟ୍ ବା ଲୁଟ୍ ଉଦ୍ୟମ ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ବୈଶିଙ୍ଗା ପୁଲିସର ନିଷ୍କ୍ରିୟତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/11/people-and-police-2026-02-11-13-41-49.jpg)