Advertisment

Loot: ରାଜଧାନୀରେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ଗଲାବେଳେ ପିଠି ଆଉଁସି ଦେଲେ ଲୁଟେରା

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଉକ୍ତ ଘର ଚାରିପଟେ ଥିବା ଗଳିକନ୍ଦିକୁ ଯାଇ ଲୋକଙ୍କୁ ପଚରାଉଚରା କରିଛି ପୁଲିସ। ଆଖପାଖରେ ଲାଗିଥିବା ସିସିଟିଭିଗୁଡ଼ିକୁ ଯାଞ୍ଚ କରାଯାଉଛି।

author-image
Jitendra Garnayak
nnnn

ରାଜଧାନୀରେ ଲୁଟେରାଙ୍କ ଆତଙ୍କ। ଜଣେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ରଖି ନେଇଗଲେ ସୁନା ଅଳଙ୍କାର। ଆଜି ଭୋରରେ ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। 

Advertisment

ସମୟ ଭୋର ପ୍ରାୟ ୫ଟା ୩୦। ସ୍ଥାନ ନୟାପଲ୍ଲୀ ଗଡ଼ସାହିର ପ୍ଲଟ ନମ୍ବର ୧୨୫୦। ୬୫ ବର୍ଷୀୟା ଇନ୍ଦୁମତି ବଳବନ୍ତରାୟ ଫୁଲ ତୋଳିବା ପରେ ବାଡ଼ି ସଫା କରୁଥିଲେ। ହଠାତ୍‌ ତାଙ୍କ ମୁଣ୍ଡରେ ଲାଗିଲା ବନ୍ଧୁକ। କିଛି ବୁଝିବା ପୂର୍ବରୁ ଲୁଟେରା ଦେଇଥିଲା ଜୀବନ ନେଇଯିବାର ଧମକ। ସେ ପିନ୍ଧିଥିବା ସୁନା ଅଳଙ୍କାର ନଦେଲେ ଗୁଳି ଫୁଟାଇ ଦେବେ ବୋଲି କହିଥିଲା।

ଭୟରେ ଇନ୍ଦୁମତି ବଳବନ୍ତରାୟ ସବୁ ସୁନା ଅଳଙ୍କାର ଖୋଲି ଲୁଟେରାକୁ ଦେଇ ଦେଇଥିଲେ। ସବୁ ନେଇ ଯିବା ପରେ ଗଲା ବେଳେ ଲୁଟେରା ମହିଳାଙ୍କ ପିଠିକୁ ଆଉଁସି ଦେଇ ଚାଲି ଯାଇଥିଲେ। 

Advertisment

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଉକ୍ତ ଘର ଚାରିପଟେ ଥିବା ଗଳିକନ୍ଦିକୁ ଯାଇ ଲୋକଙ୍କୁ ପଚରାଉଚରା କରିଛି ପୁଲିସ। ଆଖପାଖରେ ଲାଗିଥିବା ସିସିଟିଭିଗୁଡ଼ିକୁ ଯାଞ୍ଚ କରାଯାଉଛି। ନୟାପଲ୍ଲୀ ଭଳି ଏକ ଭିଭିଆଇପି ଏରିଆରେ ଲୁଟେରାଙ୍କ ଏଭଳି କାରନାମା ଖବର ଶୁଣି ଲୋକେ ଭୟଭୀତ ହୋଇଯାଇଛନ୍ତି।