ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣି ଗାଁରେ ଶନିବାର ବିଳମ୍ବିତ ରାତିରେ ଏକ ଘରୁ ଡକାୟତମାନେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ନଗଦ ଟଙ୍କା ଲୁଟି ନେଇଛନ୍ତି। ଏହା ସହିତ ଘର ମାଲିକଙ୍କ ପତ୍ନୀ ଓ ଝିଅଙ୍କୁ ହାଣି ଦେଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
ଗତକାଲି ବିଳମ୍ବିତ ରାତିରେ ଲୋଧଣି ଗାଁର ପ୍ରସନ୍ନ ସାହୁଙ୍କ ଘରେ ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ପାଞ୍ଚ ଜଣ ଡକାୟତ ମୁଖାପିନ୍ଧି ପଶିଥିଲେ। ସେହି ସମୟରେ ପ୍ରସନ୍ନ ଓ ତାଙ୍କ ପୁଅ ଗୋଟିଏ ରୁମ୍ରେ ଶୋଇଥିଲେ। ଡକାୟତମାନେ ସେମାନଙ୍କୁ ବାହାର ପଟୁ ତାଲା ପକାଇ ଦେଇଥିଲେ। ଅନ୍ୟ ଗୋଟିଏ ରୁମ୍ରେ ଶୋଇଥିଲେ ପ୍ରସନ୍ନଙ୍କ ସ୍ତ୍ରୀ ମାଣିକ ସାହୁ ଓ ଝିଅ ଈଶ୍ୱରୀ ସାହୁ। ଡକାୟତମାନେ ସେହି ରୁମ୍ରେ ପଶି ଆଲମିରାରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇ ଯାଇଥିଲେ।
ମା’ଝିଅ ବାଧା ଦେବାକୁ ଚେଷ୍ଟା କଲା ବେଳେ ଡକାୟତମାନେ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ। ମା’ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପରଜଙ୍ଗ ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/01/loot-2026-03-01-18-19-22.jpg)