ଯନ୍ତ୍ରୀଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ

କଲ୍ୟାଣସିଂହପୁର (ମାଉଡି ବାରିକ): ଯନ୍ତ୍ରୀଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ଆଲ୍‌ମିରା ଭାଙ୍ଗି ପାଖାପାଖି ନଗଦ ୩ ଲକ୍ଷ ଟଙ୍କା ଓ ଗହଣା ଲୁଟିନେଲେ। ଏପରି ଲୁଟ୍‌ ରାୟଗଡ଼ା ଟାଉନ୍‌ରେ ଘଟିଛି। ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। କସ୍ତୁରୀ ନଗର ପଞ୍ଚମ ଲେନ୍‌ରେ ରୁହନ୍ତି କୋଲନରା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ବେହେରା। କିନ୍ତୁ ଗତ ୬ ଦିନ ହେଲା ସେ ଘରେ ନଥିଲେ। କୌଣସି କାମରେ ପାରିବାର ଲୋକଙ୍କ ସହିତ […]

Loot

Loot

Manoranjan Sial
  • Published: Monday, 03 October 2022
  • Updated: 03 October 2022, 06:56 PM IST

କଲ୍ୟାଣସିଂହପୁର (ମାଉଡି ବାରିକ): ଯନ୍ତ୍ରୀଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ଆଲ୍‌ମିରା ଭାଙ୍ଗି ପାଖାପାଖି ନଗଦ ୩ ଲକ୍ଷ ଟଙ୍କା ଓ ଗହଣା ଲୁଟିନେଲେ। ଏପରି ଲୁଟ୍‌ ରାୟଗଡ଼ା ଟାଉନ୍‌ରେ ଘଟିଛି। ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

କସ୍ତୁରୀ ନଗର ପଞ୍ଚମ ଲେନ୍‌ରେ ରୁହନ୍ତି କୋଲନରା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ବେହେରା। କିନ୍ତୁ ଗତ ୬ ଦିନ ହେଲା ସେ ଘରେ ନଥିଲେ। କୌଣସି କାମରେ ପାରିବାର ଲୋକଙ୍କ ସହିତ କୋଲକାତା ଯାଇଥିଲେ। ଘରେ ତାଲା ପଡ଼ିଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘର ତାଲା ଭାଙ୍ଗି ଅଲମିରା ତାଡ଼ି ନଗଦ ୩ ଲକ୍ଷ ଟଙ୍କା ସହିତ ୫୦ ଭରି ସୁନା ଅଳଙ୍କାର ଲୁଟି ନେଇଥିଲେ। ଘରର କବାଟ ଭଙ୍ଗା ଯାଇଥିବା ଦେଖି ପଡ଼ୋଶୀମାନେ ଶ୍ରୀ ବେହେରାଙ୍କୁ ଜଣାଇବା ସହିତ ଥାନାକୁ ଖବର ଦେଇଥିଲେ।

ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ଟାଉନ୍‌ ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ ପତ୍ତା ପାଇନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos