Advertisment

ସୁନା ଦୋକାନ ଓ ମନ୍ଦିରରୁ ଲୁଟ୍‌

ବ୍ରହ୍ମପୁର/କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ସୁନା ଦୋକାନ ଓ ମନ୍ଦିରରୁ ଚୋରି ହୋଇଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠରେ ଏକ ସୁନା ଦୋକାନରୁ ଚୋରି ହୋଇଛି। ଦୋକାନର କବାଟ ତାଡ଼ି ଦୁର୍ବୃତ୍ତମାନେ ସୁନାଗହଣା ଲୁଟି ନେଇଛନ୍ତି। ଭୋର ସମୟରେ ଏହି ଚୋରି ହୋଇଥିବା କୁହାଯାଉଛି। ନୂଆଗାଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ କରିଛି। ତେବେ କେତେ ସୁନାଗହଣା ଚୋରି ହୋଇଛି, […]

ଅଦ୍ୟତନ ହୋଇଛି
ସୁନା ଦୋକାନ ଓ ମନ୍ଦିରରୁ ଲୁଟ୍‌

shivaji

Advertisment

ବ୍ରହ୍ମପୁର/କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ସୁନା ଦୋକାନ ଓ ମନ୍ଦିରରୁ ଚୋରି ହୋଇଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠରେ ଏକ ସୁନା ଦୋକାନରୁ ଚୋରି ହୋଇଛି। ଦୋକାନର କବାଟ ତାଡ଼ି ଦୁର୍ବୃତ୍ତମାନେ ସୁନାଗହଣା ଲୁଟି ନେଇଛନ୍ତି। ଭୋର ସମୟରେ ଏହି ଚୋରି ହୋଇଥିବା କୁହାଯାଉଛି। ନୂଆଗାଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ କରିଛି। ତେବେ କେତେ ସୁନାଗହଣା ଚୋରି ହୋଇଛି, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

Advertisment

ସୂଚନାଯୋଗ୍ୟ, ୧୫ ଦିନ ତଳେ ଧାନଘର ଛକର ଏକ ଗାଡ଼ି ଶୋ’ରୁମ୍‌ର ଶଟର ତାଡ଼ି ଦୁର୍ବୃତ୍ତମାନେ ୨ ଲକ୍ଷ ୭୦ ହଜାର ଟଙ୍କା ନେଇ ଯାଇଥିଲେ।

ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ସୋରଡ଼ାର ପଞ୍ଚାନନ ମନ୍ଦିରରୁ ଦାନବାକ୍ସରୁ ଟଙ୍କା ଚୋରି ହୋଇଯାଇଛି। ଦୁର୍ବୃତ୍ତମାନେ ଦାନବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଯାଇଛନ୍ତି। ତା’ପରେ ହୁଣ୍ଡିକୁ ମନ୍ଦିର ଠାରୁ ୧୦୦ ମିଟର ଦୂରରେ ଥିବା ଋଷିକୁଲ୍ୟା ନଦୀ ପଠାରେ ପୋତିଦେଇ ଚମ୍ପଟ ମାରିଥିଲେ।

Advertisment

ଆଜି ସକାଳେ ମନ୍ଦିର କମିଟି ସଦସ୍ୟମାନେ ଘଟଣା ସଂପର୍କରେ ଥାନାକୁ ଖବର ଦେଇଥିଲେ। ପୁଲିସ୍ ଦାନବାକ୍ସଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ମା’ ଦରିଆ ରାମଚଣ୍ଡୀ ପୀଠରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଟଙ୍କା ଓ ଅଳଙ୍କାର ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଟ୍ରେଜେରୀ ତାଲା ଭାଙ୍ଗି ଅଳଙ୍କାର ସହ ଟଙ୍କା ଲୁଟି ନେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe