/odisha-reporter/media/media_files/2026/03/03/loot-2026-03-03-19-47-49.jpg)
ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ତାଲମୁଣ୍ଡାରେ ସଶସ୍ତ୍ର ଡକାୟତି ହୋଇଛି। ସ୍ୱାମୀସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ମାରି ଡକାୟତମାନେ ଲୁଟି ନେଲେ ୧୫ ଭରି ସୁନା ଅଳଙ୍କାର ସହ ପ୍ରାୟ ୭ ଲକ୍ଷ ଟଙ୍କା। ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
ଗତକାଲି କାଶ କୁମାର ନାଏକ ଓ ତାଙ୍କ ସ୍ତ୍ରୀ ଝିଲି ନାଏକ ଘରେ ଶୋଇଥିବା ବେଳେ ରାତି ପ୍ରାୟ ଗୋଟାଏ ବେଳେ କବାଟ ଭାଙ୍ଗି ଘର ଭିତରକୁ ୫ ମୁଖାପିନ୍ଧା ଡକାୟତ ପଶିଥିଲେ। ସେମାନେ ଏହି ଦମ୍ପତିଙ୍କୁ ମାଡ଼ମାରି ବାନ୍ଧି ଦେଇଥିଲେ। ତା’ ପରେ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଡରାଇଥିଲେ। ତା’ପରେ ନଗଦ ପ୍ରାୟ ୭ ଲକ୍ଷ ଟଙ୍କା ସହିତ ପ୍ରାୟ ୧୫ ଭରି ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ଲୁଟେରାମାନେ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ କଥା ହେଉଥିଲେ ବୋଲି କହିଛନ୍ତି ଆହତ ଦମ୍ପତି।
ଅନ୍ୟପକ୍ଷରେ ଝାରସୁଗୁଡ଼ା ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ଲଇକେରା ପୁଲିସ ତଦନ୍ତ କରୁଛି। ଝାରସୁଗୁଡା ଏସପି ଓ ଏସଡିପିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି। ସାଇଣ୍ଟିଫିକ ଟିମ୍ ମଧ୍ୟ ସନ୍ଧାନୀ କୁକୁର ସହାୟତାରେ ଅଧିକ ତଦନ୍ତ କରିଛି।
୪ ମାସ ପୂର୍ବରୁ ସମାନ ଢଙ୍ଗରେ ଲଇକେରା ଥାନା କୁଅଁରମାଲ ଠାରେ ହୋଇଥିବା ସଶସ୍ତ୍ର ଡକାୟତିରେ ପୁଲିସ ଏଯାଏ ଟେର ପାଇନଥିବା ବେଳେ ଏହି ଘଟଣାରେ ଡକାୟତଙ୍କୁ ଧରିବାରେ ପୁଲିସ ସକ୍ଷମ ହେଉଛି ନା ନାହିଁ, ତାହା ଉପରେ ରହିଛି ସମସ୍ତଙ୍କ ନଜର।
Advertisment
ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉନଥିବାରୁ ଏପରି ଅଘଟଣ ହେଉଛି ବୋଲି ଆଲୋଚନା ହେଉଛି। ଫଳରେ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।
ଝାରସୁଗୁଡ଼ା ଜିଲ୍ଲା ଲଇକେରାରୁ ଦେବେନ୍ଦ୍ର ବେହେରାଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
