Advertisment

ବଲାଙ୍ଗିର ସହରରେ ମାତିଛନ୍ତି ‘ଲକ୍‌ଡାଉନ୍‌ ଲୁଟେରା’

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କରୋନା ଯୋଗୁ ବଲାଙ୍ଗିର ଜିଲ୍ଲାକୁ କେତେବେଳେ ଲକ୍‌ଡାଉନ୍‌ ତ ପୁଣି କେତେବେଳେ ଶଟ୍‌ଡାଉନ୍‌ କରାଯାଉଛି। ଏହାର ସୁଯୋଗ ନେଇ ସହର ଭିତରେ ଚୋର ଓ ଲୁଟେରା ମାତିଛନ୍ତି। ଗତକାଲି ରାତିରେ ସହରର ତାଳପାଲି ପଡ଼ାରେ ଥିବା ଏକ ଗ୍ରୋସେରୀ ଦୋକାନରେ କଳାକନା ବୁଲାଇଛନ୍ତି ଲୁଟେରା। ଏନେଇ ଆଜି ସକାଳେ ଦୋକାନ ମାଲିକ ରବୀନ୍ଦ୍ର ମିଶ୍ର ଥାନାରେ ଅଭିଯୋଗ କରିଛନ୍ତି। ଲୁଟେରାମାନେ ଶାବଳ ଏବଂ ଲୁହା ରଡ୍‌ ସାହାଯ୍ୟରେ କବାଟ ଭାଙ୍ଗି ଦୋକାନ ଭିତରେ […]

ଅଦ୍ୟତନ ହୋଇଛି
ବଲାଙ୍ଗିର ସହରରେ ମାତିଛନ୍ତି ‘ଲକ୍‌ଡାଉନ୍‌ ଲୁଟେରା’

loot-1-1

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କରୋନା ଯୋଗୁ ବଲାଙ୍ଗିର ଜିଲ୍ଲାକୁ କେତେବେଳେ ଲକ୍‌ଡାଉନ୍‌ ତ ପୁଣି କେତେବେଳେ ଶଟ୍‌ଡାଉନ୍‌ କରାଯାଉଛି। ଏହାର ସୁଯୋଗ ନେଇ ସହର ଭିତରେ ଚୋର ଓ ଲୁଟେରା ମାତିଛନ୍ତି। ଗତକାଲି ରାତିରେ ସହରର ତାଳପାଲି ପଡ଼ାରେ ଥିବା ଏକ ଗ୍ରୋସେରୀ ଦୋକାନରେ କଳାକନା ବୁଲାଇଛନ୍ତି ଲୁଟେରା। ଏନେଇ ଆଜି ସକାଳେ ଦୋକାନ ମାଲିକ ରବୀନ୍ଦ୍ର ମିଶ୍ର ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଲୁଟେରାମାନେ ଶାବଳ ଏବଂ ଲୁହା ରଡ୍‌ ସାହାଯ୍ୟରେ କବାଟ ଭାଙ୍ଗି ଦୋକାନ ଭିତରେ ପଶିଥିଲେ। ଏହାପରେ ଦୋକାନ ଭିତରେ ଥିବା ପ୍ରାୟ ୧୫ ହଜାର ଟଙ୍କା ଏବଂ ଅନେକ ରାସନ ସାମଗ୍ରୀ ଧରି ଫେରାର ହୋଇଯାଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି।

ଗତ ୩ ମାସ ତଳେ ବି ରବୀନ୍ଦ୍ରଙ୍କ ଦୋକାନରୁ ଚୋରି ହୋଇଥିଲା। ହେଲେ ପୁଲିସ୍‌ କୌଣସି ପଦକ୍ଷେପ ନେଉ ନଥିବାରୁ ବାରମ୍ୱାର ତାଙ୍କ ଦୋକାନରୁ ଚୋରି ହେଉଥିବା ସେ ଅଭିଯୋଗ କରିଛନ୍ତି।  ଏଥିସହ ଗତ ୬ ମାସ ଭିତରେ ସେହି ଅଞ୍ଚଳରେ ଚାରୋଟି ଚୋରି ହୋଇ ସାରିଲାଣି । ହେଲେ ପୁଲିସର ହାତ ଖାଲି। ପୁଲିସ୍‌ ଶୀଘ୍ର ଲୁଟେରା ମାନଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe