Advertisment

Loot: ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି; ପୁଲିସ୍‌କୁ କହିଲେ ୩ ଦିନ ପରେ ଆସି ହତ୍ୟା କରିବାକୁ ଧମକ ଦେଇଛନ୍ତି

ନବରଙ୍ଗପୁର ଜିଲ୍ଲା ପୁଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ।  ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳି ଉମରକୋଟରୁ ଜଣେ ଚାଷୀଙ୍କ ଘରୁ ଡକାୟତି ଘଟଣାର ଚବିଶ ଘଣ୍ଟା ନ ହେଉଣୁ ଡକାୟତଙ୍କ ଟାର୍ଗେଟରେ ପଡ଼ିଛନ୍ତି ପାପଡ଼ାହାଣ୍ଡିର ଜଣେ ବ୍ୟବସାୟୀ।

Loot
Advertisment

ନବରଙ୍ଗପୁର ଜିଲ୍ଲା ପୁଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ।  ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳି ଉମରକୋଟରୁ ଜଣେ ଚାଷୀଙ୍କ ଘରୁ ଡକାୟତି ଘଟଣାର ଚବିଶ ଘଣ୍ଟା ନ ହେଉଣୁ ଡକାୟତଙ୍କ ଟାର୍ଗେଟରେ ପଡ଼ିଛନ୍ତି ପାପଡ଼ାହାଣ୍ଡିର ଜଣେ ବ୍ୟବସାୟୀ।

Advertisment

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁରର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରେ ଗତକାଲି ରାତିରେ ହୋଇଛି ସଶସ୍ତ୍ର ଡକାୟତି। ଗତକାଲି ବିଳମ୍ବିତ ରାତିରେ କାଶୀନାଥ ଗୁପ୍ତା ଓ ତାଙ୍କ ପୁଅ ବିକାଶ ଗୁପ୍ତା ଘରେ ଶୋଇଥିବା ବେଳେ ୭ରୁ ୮ ଜଣ ଡକାୟତ  ଘରେ ପଶିଥିଲେ। ମୁଖା ପିନ୍ଧା ଥିବା ଏହି ଡକାୟତମାନେ ଘରର ମୁଖ୍ୟ ଫାଟକକୁ ତାଡ଼ି ଭିତରେ ପଶିଥିଲେ। ସେମାନଙ୍କ ହାତରେ ଛୁରୀ, ଭୁଜାଲି ସହ ଲୁହାର ରଡ୍‌ ଓ ଅନ୍ୟ ମାରଣାସ୍ତ୍ର ଥିଲା। 

ଡକାୟତମାନେ କାଶୀନାଥ ଗୁପ୍ତା ଓ ବିକାଶ ଗୁପ୍ତାଙ୍କ ବେକରେ ଛୁରୀ ରଖି ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ଏବଂ ଘରେ ଥିବା ଟଙ୍କା ଓ ସୁନା ଅଳଙ୍କାର ଦେବାକୁ କହିଥିଲେ। 

Advertisment

କାଶୀନାଥଙ୍କ ଘରେ ଥିବା ଆଲମୀରାରୁ ଡକାୟତମାନେ ଅଢ଼େଇ ଲକ୍ଷ ଟଙ୍କା ସହିତ ୫ ଭରି ସୁନା ଅଳଙ୍କାର ଓ ଏକ କିଲୋ ରୁପା ନେଇ ଯାଇଥିଲେ।
ଖାଲି ସେତିକି ନୁହେଁ, ଗଲା ବେଳେ ଡକାୟତମାନେ ଧମକ ଦେଇ ଯାଇଥିଲେ ଯେ ଯଦି ସେମାନେ ଏହା ବାବଦରେ ପୁଲିସକୁ ଜଣାଇବେ, ତା’ହେଲେ ୩ ଦିନ ପରେ ପୁଣି ଥରେ ଆସି ସେମାନଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ। 

କାଶୀନାଥ ଘଟଣା ସମ୍ପର୍କରେ ମୈଦାଲପୁର ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କାଶୀନାଥଙ୍କ ଘରେ ପୂର୍ବରୁ ମଧ୍ୟ ଡକାୟତି ହୋଇଥିଲା। ସେ ନିଜେ ଏ କଥା କହିଛନ୍ତି।  

ଏହି ଘଟଣାରେ ପୁଲିସ ତରଫରୁ ଏକ ମାମଲା ରୁଜୁ କରି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ କରାଯାଉଥିବା କହିଛନ୍ତି ନବରଙ୍ଗପୁର ଏଏସ୍‌ପି ଆଦିତ୍ୟ ସେନ। ଏଥିସହ ଖୁବ ଶୀଘ୍ର ଅପରାଧୀମାନଙ୍କୁ ଧରାଯିବ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe