Advertisment

ସକାଳେ ଶୂନ୍‌ଶାନ୍ ଘାଟି ରାସ୍ତାରେ...

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ କୋଟଗଡ଼ ଘାଟିରେ ପୁଣି ହୋଇଛି ଲୁଟ୍‌। ଲୁଟ୍‌ର ଶିକାର ହୋଇଛନ୍ତି ଏକ ଦମ୍ପତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନ ଚମ୍ପାଇଲ ସାନବାଡ଼ ଗାଁର ସୁରେଶ କୁମାର ଜେନା ଓ ତାଙ୍କ ପତ୍ନୀ ମାମିନା ଜେନା ବାଇକ୍‌ ଯୋଗେ ରାଜସୁନାଖଳାରୁ ରଣପୁର ଅଭିମୁଖେ ଯାଉଥିଲେ l ସକାଳ ସମୟରେ ରାସ୍ତା ଶୂନ୍‌ଶାନ୍‌ ଥିବାର ସୁଯୋଗ ନେଇ ୩ ଜଣ ଲୁଟେରା ସେମାନଙ୍କୁ ବାଇକ୍‌ରେ ପିଛା କରିଥିଲେ। […]

ଅଦ୍ୟତନ ହୋଇଛି
ସକାଳେ ଶୂନ୍‌ଶାନ୍ ଘାଟି ରାସ୍ତାରେ...

Police Station

Advertisment

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ଜିଲ୍ଲା ରଣପୁର ଥାନା ଅଧୀନ କୋଟଗଡ଼ ଘାଟିରେ ପୁଣି ହୋଇଛି ଲୁଟ୍‌। ଲୁଟ୍‌ର ଶିକାର ହୋଇଛନ୍ତି ଏକ ଦମ୍ପତି।

Advertisment

ଖୋର୍ଦ୍ଧାଜିଲ୍ଲା ବୋଲଗଡ଼ ଥାନା ଅଧୀନ ଚମ୍ପାଇଲ ସାନବାଡ଼ ଗାଁର ସୁରେଶ କୁମାର ଜେନା ଓ ତାଙ୍କ ପତ୍ନୀ ମାମିନା ଜେନା ବାଇକ୍‌ ଯୋଗେ ରାଜସୁନାଖଳାରୁ ରଣପୁର ଅଭିମୁଖେ ଯାଉଥିଲେ l ସକାଳ ସମୟରେ ରାସ୍ତା ଶୂନ୍‌ଶାନ୍‌ ଥିବାର ସୁଯୋଗ ନେଇ ୩ ଜଣ ଲୁଟେରା ସେମାନଙ୍କୁ ବାଇକ୍‌ରେ ପିଛା କରିଥିଲେ।

ରାଜସୁନାଖଳା ଫାଣ୍ଡି ଅଧୀନ କୋଟଗଡ଼ର ନିଛାଟିଆ ଘାଟି ରାସ୍ତାରେ ଲୁଟେରାମାନେ ଜେନା ଦମ୍ପତିଙ୍କୁ ଆକ୍ରମଣ କରି ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଲୁଟି ନେଇଥିଲେ। ସେମାନେ ୯ ହଜାର ଟଙ୍କା, ଦେଢ଼ ଭରିର ଏକ ସୁନା ଚେନା ଓ ଗୋଟିଏ ମୋବାଇଲ ଫୋନ୍‌ ନେଇଯାଇଥିବା ଅଭିଯୋଗ ହୋଇଛି।

Advertisment

ସୁରେଶ କୁମାର ଜେନା ଲୁଟେରାମାନଙ୍କୁ ବାଧା ଦେବାକୁ ପ୍ରୟାସ କରିଥିଲେ। ତେବେ ସେମାନେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲେ। ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ରାଜସୁନାଖଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଲିଖିତ ଅଭିଯୋଗ ପାଇବା ପରେ ରାଜସୁନାଖଳା ଫାଣ୍ଡି ପୁଲିସ୍ ଘଟଣାର ତଦନ୍ତ କରୁଛି।

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe