loot
କାମାକ୍ଷାନଗର(ବିଦ୍ୟାଧର ବରାଳ): ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ପମ୍ପ ହାଉସରେ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ରୁ ଅଧିକ ଦୁର୍ବୃତ୍ତ ପମ୍ପ ହାଉସରେ ପଶି କର୍ମଚାରୀଙ୍କୁ ମାରପିଟ କରିବା ସହ ଲୁଟ୍ ଘଟାଇଛନ୍ତି। ଦୁର୍ବୃତ୍ତମାନେ ଫେରାର ହେବା ପରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୧ଟା ବେଳକୁ ୨୫ ରୁ ଅଧିକ ଦୁର୍ବୃତ୍ତ ପମ୍ପ ହାଉସରେ ପଶିଥିଲେ। ଏହାପରେ ସେମାନେ ପମ୍ପ ଡ୍ରାଇଭର ଶ୍ରୀଧର ବେହେରା ଓ କର୍ମଚାରୀ ପ୍ରଦୀପ୍ତ ବେହେରାଙ୍କୁ ହାତ ଗୋଡ ବାନ୍ଧିବା ସହିତ ମାଡ ମାରିଥିଲେ । ଦୁର୍ବୃତ୍ତମାନେ ସେମାନଙ୍କ ମୋବାଇଲ ଓ ସୁନା ଚେନ୍ ଛଡ଼ାଇ ନେଇଥିଲେ। ଏହାପରେ ପମ୍ପ ହାଉସ୍ କ୍ୟାମ୍ପସ୍ରେ ଥିବା ଲକ୍ଷାଧିକ ଟଙ୍କାର ପାଇପ ନେଇ ଫେରାର ହୋଇ ଯାଇଥିଲେ । ପରେ ଖବର ପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ସମଗ୍ର କାମାକ୍ଷାନଗର ସହରକୁ ଏହି ପମ୍ପ ହାଉସ୍ରୁ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ଏହା ପିଏଚଡି ବିଭାଗ ଅଧୀନରେ ଅଛି।
ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ କହିଛନ୍ତି, ହଠାତ୍ ଦୁର୍ବୃତ୍ତମାନେ ପହଞ୍ଚି ରାତି କର୍ମଚାରୀଙ୍କୁ ବାନ୍ଧି କରି ଲକ୍ଷାଧିକ ଟଙ୍କାର ପାଇପ୍ ନେଇଯାଇଛନ୍ତି। ଏନେଇ ଥାନା ଅଧିକାରୀଙ୍କୁ ଅବଗତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/08/loot-2.jpg)