/odisha-reporter/media/post_attachments/uploadimage/library/16_9/16_9_0/Loot_1727954282.jpg)
ରାୟଗଡ଼ା ସହରରେ ଦିନକୁ ଦିନ ଚୋରି ଓ ଡକାୟତି ଘଟଣା ବଢ଼ିବାରେ ଲାଗିଛି। ଆଜି ଦିନ ପ୍ରାୟ ୧୨ଟା ବେଳେ ସହରର କପିଳାସ ରାସ୍ତାରେ ଏକ ଲୁଟ୍ ହୋଇଛି।
Advertisment
ସୂଚନା ଅନୁଯାୟୀ, କପିଳାସ ରାସ୍ତାର ଥିବା ଏକ ଇଲେକ୍ଟ୍ରୋନିକ୍ସ ଶୋ’ରୁମ କୋଷାଧ୍ୟକ୍ଷ ରଂଜିତ କୁମାର ଦଳାଇ ନିକଟସ୍ଥ ବ୍ୟାଙ୍କକୁ ୨ ଲକ୍ଷ ଟଙ୍କା ଜମା କରିବା ପାଇଁ ଯାଉଥିଲେ। ସେତିକି ବେଳେ କିଛି ଦୁର୍ବୃତ୍ତ ପଛ ପଟୁ ବାଇକ୍ରେ ଆସି ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଥିଲେ।
ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ରାୟଗଡ଼ା ଜିଲ୍ଲା ସଦର ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।
Advertisment
ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି। ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ସିସିଟିଭିଗୁଡ଼ିକୁ ଯାଞ୍ଚ କରାଯାଉଛି। ତେବେ ପୁଲିସ୍ କିମ୍ବା ଲୁଟ୍ର ଶିକାର ହୋଇଥିବା ବ୍ୟକ୍ତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
