Advertisment

ସାର୍‌ଙ୍କଠାରୁ ଝାମ୍ପି ନେଲେ ୩ ଲକ୍ଷ ଟଙ୍କା

ସୋର(ଶଶିକାନ୍ତ ବେହେରା): ଦିନଦ୍ୱି’ପହରରେ ଲୁଟ୍‌ର ଶିକାର ହୋଇଛନ୍ତି ସାର୍‌। ଦୁଇ ଜଣ ଲୁଟେରା କଳା ପଲ୍‌ସର୍‌ରେ ଆସି ସାର୍‌ଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଇଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଉଲାସଖଡ଼ଗପୁର ଗାଁର ବଟକୃଷ୍ଣ ବାରିକ ମୁଳିସିଂ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି। ଆଜି ଅପରାହ୍ନରେ ସେ ସୋର ଏସ୍‌ବିଆଇରୁ ୩ ଲକ୍ଷ ଟଙ୍କା ଉଠାଇ ନିଜ ଭଉଣୀଙ୍କ ଘରକୁ ଯାଉଥିଲେ। ତେବେ […]

ଅଦ୍ୟତନ ହୋଇଛି
ବ୍ରହ୍ମପୁର: କଞ୍ଚନା ଛକ ଇଣ୍ଡିଆନ ବ୍ୟାଙ୍କ ଶାଖାରୁ ୫ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ

loot

Advertisment

ସୋର(ଶଶିକାନ୍ତ ବେହେରା): ଦିନଦ୍ୱି’ପହରରେ ଲୁଟ୍‌ର ଶିକାର ହୋଇଛନ୍ତି ସାର୍‌। ଦୁଇ ଜଣ ଲୁଟେରା କଳା ପଲ୍‌ସର୍‌ରେ ଆସି ସାର୍‌ଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଇଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଉଲାସଖଡ଼ଗପୁର ଗାଁର ବଟକୃଷ୍ଣ ବାରିକ ମୁଳିସିଂ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି। ଆଜି ଅପରାହ୍ନରେ ସେ ସୋର ଏସ୍‌ବିଆଇରୁ ୩ ଲକ୍ଷ ଟଙ୍କା ଉଠାଇ ନିଜ ଭଉଣୀଙ୍କ ଘରକୁ ଯାଉଥିଲେ। ତେବେ ଉତ୍ତରେଶ୍ୱର ଅଶୋକ ନଗର ନିକଟରେ ୨ ଦୁର୍ବୃତ୍ତ ଏକ କଳା ପଲ୍‌ସରରେ ଆସି ତାଙ୍କୁ ଅଟକାଇ ଟଙ୍କା ବ୍ୟାଗ୍‌ ଧରି ଚମ୍ପଟ ମାରିଥିଲେ। ଏନେଇ ପୁଲିସ ନିକଟରେ ଏତଲା ରୁଜୁ ହେବା ପରେ ଲୁଟ୍‌ର ଛାନଭିନ୍‌ ଆରମ୍ଭ ହୋଇଛି, କିନ୍ତୁ ଲୁଟେରାଙ୍କ ପତ୍ତା ଏଯାଏ ମିଳିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe