କଲିଂ ବେଲ୍ ମାରି ଘରେ ପଶିଲେ, ବନ୍ଧୁକ ଦେଖାଇ ଲୁଟିଲେ

ଉଦଳା(ମାନସ ପାଣି): କଲିଂ ବେଲ୍ ମାରି ଘରେ ପଶିଲେ। ଗନ୍ ପଏଣ୍ଟରେ ଲୁଟିନେଲେ ଟଙ୍କା ସହ ସୁନା ଅଳଙ୍କାର ଏବଂ ମୋବାଇଲ୍ । ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଏନ୍ଏସିର ୧୨ ନମ୍ବର ୱାର୍ଡର ଅଧ୍ୟାପକ ସପନ ମହାନ୍ତିଙ୍କ ଘରେ । ଗତକାଲି  ସନ୍ଧ୍ୟାରେ ଅଧ୍ୟାପକ  ମହାନ୍ତି ଘରେ  ଅନୁପସ୍ଥିତ ଥିବା ବେଳେ ତାଙ୍କ ପତ୍ନୀ ଗୀତାଞ୍ଜଳି ଓ ନାବାଳକ ପୁଅ ଘରେ ଥିଲେ। ଏହାର ସୁଯୋଗ ନେଇ ସନ୍ଧ୍ୟା ପ୍ରାୟ ୭ଟାରୁ ୮ଟା […]

gun

Niharika Rout
  • Published: Thursday, 17 September 2020
  • , Updated: 17 September 2020, 08:25 AM IST

ଉଦଳା(ମାନସ ପାଣି): କଲିଂ ବେଲ୍ ମାରି ଘରେ ପଶିଲେ। ଗନ୍ ପଏଣ୍ଟରେ ଲୁଟିନେଲେ ଟଙ୍କା ସହ ସୁନା ଅଳଙ୍କାର ଏବଂ ମୋବାଇଲ୍ । ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଏନ୍ଏସିର ୧୨ ନମ୍ବର ୱାର୍ଡର ଅଧ୍ୟାପକ ସପନ ମହାନ୍ତିଙ୍କ ଘରେ ।

ଗତକାଲି  ସନ୍ଧ୍ୟାରେ ଅଧ୍ୟାପକ  ମହାନ୍ତି ଘରେ  ଅନୁପସ୍ଥିତ ଥିବା ବେଳେ ତାଙ୍କ ପତ୍ନୀ ଗୀତାଞ୍ଜଳି ଓ ନାବାଳକ ପୁଅ ଘରେ ଥିଲେ। ଏହାର ସୁଯୋଗ ନେଇ ସନ୍ଧ୍ୟା ପ୍ରାୟ ୭ଟାରୁ ୮ଟା ଭିତରେ ୫ ଜଣ ଦୁର୍ବୃତ୍ତ ଘରର କଲିଂବେଲ ମାରିଥିଲେ।  ଗୀତାଞ୍ଜଳି କବାଟ ଖୋଲି ଦେବାରୁ ଦୁର୍ବୃତ୍ତମାନେ ମା ଏବଂ ପୁଅକୁ ବାନ୍ଧିଦେଇଥିଲେ ।  ଏପରିକି ମୁଣ୍ଡରେ ବନ୍ଧୁକ ସହ ଭୁଜାଲି ବି ଲଗାଇ ଭୟଭୀତ କରି  ଟଙ୍କା, ସୁନା ଅଳଙ୍କାର ମାଗିଥିଲେ ।

କିନ୍ତୁ  ଗୀତାଞ୍ଜଳି ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ ମାରିବା ସହିତ ଆଲମାରିରୁ ୮ ହଜାର ଟଙ୍କା, ପୁଅ ପାଠ ପଢୁଥିବା ମୋବାଇଲ୍ ସହ ସେ ପିନ୍ଧିଥିବା ସୁନାହାରକୁ  ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗୀତାଞ୍ଜଳି ଦୁର୍ବୃତ୍ତଙ୍କୁ ଅଟକାଇବାକୁ  ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିବାକୁ ଧମକ ଦେଇ ଖସିଯାଇଥିଲେ ।

ଦୁବୁର୍ତମାନଙ୍କ ମଧ୍ୟରୁ ଜଣେ ହେଲମେଟ ପିନ୍ଧିଥିବା ବେଳେ ଅନ୍ୟ ସମସ୍ତେ ମୁହଁରେ ମାସ୍କ ବାନ୍ଧିଥିବାରୁ କାହାକୁ ଚିହ୍ନି ପାରି ନ ଥିଲେ ଗୀତାଞ୍ଜଳି। ପାଖାପାଖି ୨୦ ମିନିଟରୁ ଉର୍ଦ୍ଧ୍ୱ ସମୟ ଧରି ଦୁର୍ବୃତ୍ତମାନେ ଘର ଭିତରେ ଲୁଟପାଟ ଚଲାଇଥିଲେ ସୁଦ୍ଧା  ଏ ବାବଦରେ କେହି ସୁରାକ ବି ପାଇପାରି ନ ଥିଲେ।

ଘରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣି ଅଧ୍ୟାପକ ସପନ ମହାନ୍ତି ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି ।

Related story