Advertisment

ଘରେ ପଶୁଥିଲେ ଲୁଟେରା, ପାଟି କରିବାରୁ ଘର ମାଲିକଙ୍କୁ ହତ୍ୟା

ଯାଜପୁର(ଗୁଲାମ ଗସ୍‌): ଲୁଟ୍‌ କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲେ ଲୁଟେରା। ହେଲେ ଘର ମାଲିକ ପ୍ରତିବାଦ କରିବା ସହ ଚିତ୍କାର କରିବାକୁ ହିତାହିତ ଜ୍ଞାନ ଭୁଲି ବସିଲେ ଲୁଟେରା। ଆଉ ଉତ୍ତ୍ୟକ୍ତ ହୋଇ ମାରଣାସ୍ତ୍ରରେ ଘର ମାଲିକଙ୍କ ଉପରକୁ ଆକ୍ରମଣ କଲେ। ଏହି ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିବା ଘର ମାଲିକ ଶେଷରେ ଆଖି ବୁଜିଛନ୍ତି। ଏପରି ଅଭାବନୀୟ ଘଟଣା ଗତକାଲି ରାତିରେ ଯାଜପୁର ଜିଲ୍ଲା ବରି  ରାମଚନ୍ଦ୍ରପୁର ଥାନା  ଚଟୁମାରି ଗ୍ରାମରେ ଘଟିଛି। ମୃତକ ହେଲେ […]

ଅଦ୍ୟତନ ହୋଇଛି
ଘରେ ପଶୁଥିଲେ ଲୁଟେରା, ପାଟି କରିବାରୁ ଘର ମାଲିକଙ୍କୁ ହତ୍ୟା

loot

Advertisment

ଯାଜପୁର(ଗୁଲାମ ଗସ୍‌): ଲୁଟ୍‌ କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲେ ଲୁଟେରା। ହେଲେ ଘର ମାଲିକ ପ୍ରତିବାଦ କରିବା ସହ ଚିତ୍କାର କରିବାକୁ ହିତାହିତ ଜ୍ଞାନ ଭୁଲି ବସିଲେ ଲୁଟେରା। ଆଉ ଉତ୍ତ୍ୟକ୍ତ ହୋଇ ମାରଣାସ୍ତ୍ରରେ ଘର ମାଲିକଙ୍କ ଉପରକୁ ଆକ୍ରମଣ କଲେ। ଏହି ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିବା ଘର ମାଲିକ ଶେଷରେ ଆଖି ବୁଜିଛନ୍ତି। ଏପରି ଅଭାବନୀୟ ଘଟଣା ଗତକାଲି ରାତିରେ ଯାଜପୁର ଜିଲ୍ଲା ବରି  ରାମଚନ୍ଦ୍ରପୁର ଥାନା  ଚଟୁମାରି ଗ୍ରାମରେ ଘଟିଛି। ମୃତକ ହେଲେ ଚଟୁମାରି ଗ୍ରାମର ବିଶ୍ୱ ରଞ୍ଜନ ବିଶ୍ୱାଳ ।

Advertisment

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ବିଶ୍ୱ ରଞ୍ଜନଙ୍କ ଘରେ ଚୋର ପଶିଥିଲେ। ଏହି ସମୟରେ ଘର ବାରଣ୍ଡାରେ ଶୋଇଥିବା ବିଶ୍ୱ ରଞ୍ଜନ ନିଦରୁ ହଠାତ୍‌ ଉଠି ପଡ଼ିଥିଲେ। ଆଖି ଆଗରେ  ଲୁଟେରାଙ୍କୁ ଦେଖି  ସେ ଚିତ୍କାର କରିଥିଲେ। ତାଙ୍କ  ଚିତ୍କାର ଶୁଣି ଲୋକେ ଏକାଠି ହୋଇଯିବେ ଭାବି ଲୁଟେରାମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ।

ବିଶ୍ୱ ରଞ୍ଜନଙ୍କ ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେତୁ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବର ପାଇ ବରି-ରାମଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଲୁଟେରାଙ୍କ ସନ୍ଧାନ ମିଳି ପାରି ନ ଥିବା ଜଣାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe