car-&-bike
କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): କାର୍ ଲୁଟ କରିବାକୁ ଆସି ଫେଲ୍ ମାରିଲେ ଦୁଇ ଲୁଟେରା । ଫଳରେ କାର୍ ହାତେଇବା ଆଶା ଛାଡି ବାଇକ୍ ଧରି ଫେରାର ହୋଇଗଲେ। ବଲାଙ୍ଗିରଜିଲ୍ଲା କଣ୍ଟାବାଞ୍ଜି ସହରରେ ଏପରି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।
କଣ୍ଟାବାଞ୍ଜି ସହରର ଜଣେ ବ୍ୟବସାୟୀଙ୍କ ଘର ସାମ୍ନାରେ ଗୋଟିଏ ବାଇକ୍ ଓ ଚାରି ଚକିଆ ଗାଡି ଥିଲା l ଚୋରମାନେ ଗତକାଲି ବିଳମ୍ବିତ ରାତିରେ ଗାଡି କାର୍ କରିବା ପାଇଁ ଆସିଥିଲେ। କାର୍ର ଷ୍ଟିୟରିଙ୍ଗ ଲକ୍ ହୋଇଥିବାରୁ ତାକୁ ସେମାନେ ଠେଲି ଠେଲି କିଛି ବାଟ ନେଇଥିଲେ। ମାତ୍ର ଏହାପରେ ଗାଡ଼ି ଷ୍ଟାର୍ଟ କରିବାକୁ ବିଫଳ ହୋଇଥିଲେ। ତେଣୁ କାର୍ ଆଶା ଛାଡ଼ି ପାଖରେ ଥିବା ଏକ ବାଇକ୍ ନେଇ ପଳାଇଥିଲେ। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି ।
ଦିନକୁ ଦିନ କଣ୍ଟାବାଞ୍ଜି ସହରରେ ଚୋରି, ଲୁଟ ବଢୁଥିବା ବେଳେ ପୁଲିସ ପାଟ୍ରୋଲିଂ ହେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । କିଛି ଦିନ ଆଗରୁ କଣ୍ଟାବାଞ୍ଜି ତଥା ଆଖପାଖ ଅଞ୍ଚଳରୁ ପୁଲିସ୍ ୨୮ ଟି ବାଇକ୍ ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରିଥିଲା । ହେଲେ ଏବେ ପୁଣି ମାତିଲେଣି ଚୋର। ଏନେଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ହୋଇଛି। ହେଲେ ପୁଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/car-bike.jpg)