Advertisment

Loot: ବାଇକ୍‌ ଲୁଟ୍‌ କରୁଥିବା ବେଳେ ପୁଲିସ ଗାଡ଼ିକୁ ଦେଖି ନଦୀକୁ ଡେଇଁଲେ ତିନି ଲୁଟେରା; ୨ ଉଦ୍ଧାର, ଜଣେ ନିଖୋଜ

ଢେଙ୍କାନାଳ ଜିଲ୍ଲା ଦଦରାଘାଟି ଫାଣ୍ଡି ଅଧୀନରେ ଥିବା ଦଦରାଘାଟି ଡ୍ୟାମରେ ବାଇକ ଲୁଟ୍‌ କରୁଥିବା ବେଳେ ପୁଲିସ ଗାଡ଼ିକୁ ଦେଖି ନଦୀକୁ ଡେଇଁ ପଡ଼ିଥିଲେ ତିନି ଲୁଟେରା। ଦୁଇ ଜଣ ଲୁଟେରାଙ୍କୁ ପାଣିରୁ ଉଦ୍ଧାର କରି ପୁଲିସ ଅଟକ ରଖିଥିବା ବେଳେ ଆଉ ଜଣେ ନିଖୋଜ ହୋଇଯାଇଛନ୍ତି।

author-image
Jitendra Garnayak
Dam

ଢେଙ୍କାନାଳ ଜିଲ୍ଲା ଦଦରାଘାଟି ଫାଣ୍ଡି ଅଧୀନରେ ଥିବା ଦଦରାଘାଟି ଡ୍ୟାମରେ ବାଇକ ଲୁଟ୍‌ କରୁଥିବା ବେଳେ ପୁଲିସ ଗାଡ଼ିକୁ ଦେଖି ନଦୀକୁ ଡେଇଁ ପଡ଼ିଥିଲେ ତିନି ଲୁଟେରା। ଦୁଇ ଜଣ ଲୁଟେରାଙ୍କୁ ପାଣିରୁ ଉଦ୍ଧାର କରି ପୁଲିସ ଅଟକ ରଖିଥିବା ବେଳେ ଆଉ ଜଣେ ନିଖୋଜ ହୋଇଯାଇଛନ୍ତି। 

Advertisment

ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ଜଣେ ବ୍ୟକ୍ତି ଡ୍ୟାମ ନିକଟରେ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ନିଜ ବାଇକକୁ ରଖି ଡ୍ୟାମ୍‌ ଦେଖୁଥିଲେ। ସେହି ସମୟରେ ତିନି ଜଣ ଲୁଟେରା ବାଇକର ହ୍ୟାଣ୍ଡେଲ ଲକ୍‌ ଭାଙ୍ଗି ବାଇକ୍‌କୁ ଲୁଟିବାକୁ ଚେଷ୍ଟା କରୁଥିବା ବେଳେ ଦଦରାଘାଟି ଫାଣ୍ଡି ପୁଲିସର ପାଟ୍ରୋଲିଂ ଭ୍ୟାନ୍ ଆସି ସେଠାରେ ପହଞ୍ଚି ଯାଇଥିଲା। ଲୁଟେରାମାନେ ପୁଲିସକୁ ଦେଖି ଅନ୍ୟ କୌଣସି ଉପାୟ ନପାଇ ନଦୀକୁ ଡେଇଁ ପଡ଼ିଥିଲେ। 

ଅଗ୍ନିଶମ ବାହିନୀ ସହାୟତାରେ ଦୁଇ ଜଣ ଲୁଟେରାଙ୍କୁ ପାଣିରୁ ଉଦ୍ଧାର କରି ଅଟକ ରଖିଛି ପୁଲିସ। ଅନ୍ୟ ଜଣେ ଲୁଟେରାର ସନ୍ଧାନ ମିଳିନାହିଁ। ସଂଧ୍ୟା ହୋଇଯିବା କାରଣରୁ ସର୍ଚ୍ଚ ଅପରେସନ ବନ୍ଦ ରହିଛି। 

Advertisment

ପୁଲିସ ଅଟକ ରଖିଥିବା ଦୁଇ ଲୁଟେରା ହେଉଛନ୍ତି ମୋଟଗାଁ ଥାନା ଖଡ଼ଗପ୍ରସାଦ ଗାଁର ସୁଶାନ୍ତ ନାୟକ ଓ ବାଲିମି ଥାନା ନୂଆପଡ଼ା ଗାଁର କରଣ ରାଉତ। ଏହି ଲୁଟେରା ଗ୍ୟାଙ୍ଗ ଜାତୀୟ ରାଜପଥ ପାର୍ଶ୍ଵରେ ବାଇକ୍‌ ଲୁଟ୍‌ ଓ ଚୋରି କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିବା ବେଳେ ଅନ୍ୟ ଲୁଟେରାଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।