ସ୍ୱାମୀ ଓ ଶ୍ୱଶୁରଙ୍କଠାରୁ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କଲେ ଲୋପାମୁଦ୍ରା

ଭୁବନେଶ୍ୱର: ଶ୍ୱଶୁର ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଓ ସ୍ୱାମୀ ସବ୍ୟସାଚୀଙ୍କଠାରୁ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ଲୋପାମୁଦ୍ରା ମିଶ୍ର। ଏହା ସହ ଭରଣପୋଷଣ ବାବଦରେ ମାସିକ ୭୫ ହଜାର ଟଙ୍କା ଓ ରହିବା ପାଇଁ ଘର ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ଆଜି ସେ ଖୋର୍ଦ୍ଧା ଜିଲ୍ଲା ସୁରକ୍ଷା ଅଧିକାରୀଙ୍କୁ ଭେଟି ଲିଖିତ ଭାବେ ଏହି ଦାବି କରିଛନ୍ତି। ଶ୍ୱଶୁର, ସ୍ୱାମୀ ଓ ଶାଶୂ ଆଶାମଞ୍ଜରୀ ତାଙ୍କୁ ହତ୍ୟା ଧମକ ଦେଉଥିବାରୁ ତାଙ୍କୁ […]

lopamudra

lopamudra

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 09:35 PM IST

Sports

Latest News

lopamudraଭୁବନେଶ୍ୱର: ଶ୍ୱଶୁର ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଓ ସ୍ୱାମୀ ସବ୍ୟସାଚୀଙ୍କଠାରୁ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ଲୋପାମୁଦ୍ରା ମିଶ୍ର। ଏହା ସହ ଭରଣପୋଷଣ ବାବଦରେ ମାସିକ ୭୫ ହଜାର ଟଙ୍କା ଓ ରହିବା ପାଇଁ ଘର ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ଆଜି ସେ ଖୋର୍ଦ୍ଧା ଜିଲ୍ଲା ସୁରକ୍ଷା ଅଧିକାରୀଙ୍କୁ ଭେଟି ଲିଖିତ ଭାବେ ଏହି ଦାବି କରିଛନ୍ତି।

ଶ୍ୱଶୁର, ସ୍ୱାମୀ ଓ ଶାଶୂ ଆଶାମଞ୍ଜରୀ ତାଙ୍କୁ ହତ୍ୟା ଧମକ ଦେଉଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ମଧ୍ୟ ଲୋପାମୁଦ୍ରା ଦାବି କରିଛନ୍ତି।

ଲୋପାମୁଦ୍ରା କହିଛନ୍ତି,“ମୋ ଶ୍ୱଶୁର, ଶାଶୂ ଓ ସ୍ୱାମୀ ଦେଶ ଛାଡ଼ି ଚାଲିଯିବାକୁ ଯୋଜନା କରୁଛନ୍ତି। କିନ୍ତୁ ଏଯାଏଁ ସେମାନଙ୍କୁ ଗିରଫ କରାଯାଇନାହିଁ।”

ଲୋପାମୁଦ୍ରାଙ୍କ ଦାବି ସଂକ୍ରାନ୍ତରେ ଆସନ୍ତାକାଲି ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟଙ୍କୁ ଅବଗତ କରାଯିବ ବୋଲି ଖୋର୍ଦ୍ଧା ସୁରକ୍ଷା ଅଧିକାରୀ ରଶ୍ମିପ୍ରଭା ମିଶ୍ର କହିଛନ୍ତି।

ଭୁବନେଶ୍ୱର ମହିଳା ଥାନାରେ ଲୋପାମୁଦ୍ରା କରିଥିବା ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଧାରା ୧୬୧ ଅନୁଯାୟୀ ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି।

ଲୋପାମୁଦ୍ରାଙ୍କ ସୁରକ୍ଷା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ତାଙ୍କ ଘରେ ଜଣେ ହୋମଗାର୍ଡଙ୍କୁ ନିଯୁକ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos