Advertisment

ବଡ଼ଦାଣ୍ଡରେ ଟ୍ରଲିରେ ବୁହା ହେଲେ ବିଶ୍ୱ ନିଅନ୍ତା

ପୁରୀ(ଓଡ଼ିଶା ରିପୋର୍ଟର): ଯିଏ ବିଶ୍ୱ ନିଅନ୍ତା,  ଯାହା ହାତରେ ଦୁନିଆର ଡୋରି, ତାକୁ ସାମାନ୍ୟ ଡୋରିରେ ବାନ୍ଧି ନେଉଛି ଅବୋଧ ମଣିଷ । ପୂର୍ବରୁ ବାଲେଶ୍ୱରରେ ଘଟିଥିବା ଘଟଣାର ପୁନରାବୃତ୍ତି ହୋଇଛି ଶ୍ରୀକ୍ଷେତ୍ର ପୁରୀରେ । ଏଥର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଟ୍ରଲିରେ ବାନ୍ଧି ବୋହିନେଲେ ଚାଳକ । ଏପରି ସ୍ପର୍ଶକାତର ଘଟଣା ପୁରୀ ବଡ଼ଦାଣ୍ଡରେ ଘଟିଥିବା ବେଳେ ଏହା ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ଖୁବ୍‌ କୁଠାରଘାତ କରିଛି। ଗତକାଲି ଅପରାହ୍ନରେ ଜଣେ ଟ୍ରଲି ଚାଳକ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର, […]

author-image
Niharika Rout
ଅଦ୍ୟତନ ହୋଇଛି
ବଡ଼ଦାଣ୍ଡରେ ଟ୍ରଲିରେ ବୁହା ହେଲେ ବିଶ୍ୱ ନିଅନ୍ତା

jagannath

ପୁରୀ(ଓଡ଼ିଶା ରିପୋର୍ଟର): ଯିଏ ବିଶ୍ୱ ନିଅନ୍ତା,  ଯାହା ହାତରେ ଦୁନିଆର ଡୋରି, ତାକୁ ସାମାନ୍ୟ ଡୋରିରେ ବାନ୍ଧି ନେଉଛି ଅବୋଧ ମଣିଷ । ପୂର୍ବରୁ ବାଲେଶ୍ୱରରେ ଘଟିଥିବା ଘଟଣାର ପୁନରାବୃତ୍ତି ହୋଇଛି ଶ୍ରୀକ୍ଷେତ୍ର ପୁରୀରେ । ଏଥର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଟ୍ରଲିରେ ବାନ୍ଧି ବୋହିନେଲେ ଚାଳକ । ଏପରି ସ୍ପର୍ଶକାତର ଘଟଣା ପୁରୀ ବଡ଼ଦାଣ୍ଡରେ ଘଟିଥିବା ବେଳେ ଏହା ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ଖୁବ୍‌ କୁଠାରଘାତ କରିଛି।

Advertisment

ଗତକାଲି ଅପରାହ୍ନରେ ଜଣେ ଟ୍ରଲି ଚାଳକ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନଙ୍କୁ ଏକ କପଡ଼ା ଧଡ଼ିରେ ବାନ୍ଧି  ଏକ ଟ୍ରଲିରେ ରଖି ବଡ଼ଦାଣ୍ଡରେ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସଂପୃକ୍ତ ଚାଳକ ସିଂହଦ୍ୱାରରୁ ଦୋଳବେଦୀ କୋଣ ଅଭିମୁଖେ ଯାଉଥିଲେ।

ଏ ସଂପର୍କରେ କିଛି ସ୍ଥାନୀୟ ଲୋକେ ରିକ୍ସା ଚାଳକଙ୍କୁ ପଚାରିବାରୁ ସେ ବାଲିସାହିରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ଫେରୁଥିବା କହିଥିଲେ। ଜନୈକ ଟେଣ୍ଟ ମାଲିକ ତାଙ୍କୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେବାକୁ କହିବାରୁ ସେ ଏପରି କରିଥିବା କହିଛନ୍ତି। ଏହି ସମୟରେ କିଛି ଭକ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ କପଡ଼ା ଘୋଡ଼ାଇ ନେବାକୁ ବି ପରାମର୍ଶ ଦେଇଥିଲେ। କିନ୍ତୁ ସଂପୃକ୍ତ ଚାଳକ ଏହାକୁ ଖାତିର କରି ପଳାଇଥିଲେ। ଏପରି ଦୃଶ୍ୟ ଏବେ ସୋଶାଲ ମିଡିଆରେ ପ୍ରଚାର ହେଉଥିବା ବେଳେ ତାହା ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ କରିଛି।

Advertisment

କିଛି ମାସ ପୂର୍ବରୁ ବାଲେଶ୍ୱରରେ ବି ପିକଅପ୍ ଭ୍ୟାନ୍‌ରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଅତି ବେପରୁଆ ଭାବେ ବାନ୍ଧି ନେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଯାହାପରେ ସାରା ରାଜ୍ୟରେ ଏନେଇ ଆଲୋଡନ ସୃଷ୍ଟି ହୋଇଥିଲା । ଶେଷରେ ଏନେଇ ସଂପୃକ୍ତ ଟେଣ୍ଟ ସଂସ୍ଥାର ମାଲିକ କ୍ଷମା ପ୍ରାର୍ଥନା କରିଥିଲେ ।

କୁହାଯାଏ ବାହାଘର ସରିଲେ ବେଦୀ ମୁହଁ ପୋଡ଼ା । ସେହିପରି ଯେଉଁଠି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି ସେଠାରେ ଦୀପ,ଧୂପ ଦେଇ ଜଗନ୍ନାଥଙ୍କ ପୂଜା କରି ତାଙ୍କ ଆରାଧନା କରୁଛନ୍ତି। ହେଲେ କାର୍ଯ୍ୟକ୍ରମ ସରିଗଲେ ଟ୍ରଲିରେ, ଡାଲା ଅଟୋରେ ସୁତୁଲିରେ, ଦଉଡ଼ିରେ ବାନ୍ଧି ତାଙ୍କୁ ନେଇ ଯାଉଛନ୍ତି।  ଏପରି ଦୃଶ୍ୟ ସମସ୍ତଙ୍କ ହୃଦୟକୁ ବିଚଳିତ କରୁଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ଦାବି ହେଉଛି। ଏପରିକି କୋଟି ଓଡ଼ିଆଙ୍କ ମଉଡ଼ମାଣି କାଳିଆ ସାଆଁନ୍ତଙ୍କ ସ୍ଥାନ ମନ୍ଦିରରେ ହୋଇଥିବାରୁ ତାଙ୍କୁ ଅନ୍ୟତ୍ର ବିରାଜମାନ କରାଇବା ଉପରେ ରୋକ ଲଗାଇବାକୁ ଦାବି ହୋଇଛି।