/odisha-reporter/media/post_attachments/uploads/2022/06/rajprasadlagi.-1.jpg)
rajprasadlagi.-1
ପୁରୀ(ଓଡ଼ିଶା ରିପୋର୍ଟର): ସୁସ୍ଥ ହେଲେ ଶ୍ରୀଜିଉ। ଆଜି ମହାପ୍ରଭୁଙ୍କ ସୁସ୍ଥତାର ଖବର ଆଦ୍ୟ ସେବକ ଗଜପତିଙ୍କୁ ପ୍ରଦାନ କରାଯାଇଛି। ଦଇତାପତି ସେବାୟତମାନେ ଘଣ୍ଟ, ଘଣ୍ଟା, ଛତ୍ରୀ କାହାଳି ସହ ପଟୁଆରରେ ରାଜପ୍ରସାଦ ବିଜେ କରି ଗଜପତି ମହାରାଜାଙ୍କୁ ଏହି ସୁସମ୍ବାଦ ଦେଇଛନ୍ତି। ଶୀଜୀଉଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ପ୍ରସାଦ ଚନ୍ଦନ, କରାଳ ଓ ପାଟଡୋରିକୁ ରୂପା ଥଳିରେ ନେଇ ଏହି ସମୟରେ ଗଜପତିଙ୍କୁ ସେବାୟତମାନେ ଦେଇଥିଲେ।
ଏହା ପାଇବା ପରେ ପରମ୍ପରା ଅନୁସାରେ ସମସ୍ତ ଦଇତାପତିଙ୍କୁ ସମ୍ମାନ ଜଣାଇ ସେମାନଙ୍କ ମୁଣ୍ଡରେ ଶିରପା ବାନ୍ଧିଛନ୍ତି ଗଜପତି ମହାରାଜାଙ୍କ ରାଜପୁରୋହିତ।
ସୂଚନା ଥାଉକି, ଅଣସରରେ ଶ୍ରୀଜୀଉଙ୍କ ଗୁପ୍ତ ସେବା ପାଇଁ ଘଣ୍ଟା ଘଣ୍ଟା ବାଜିବା ବନ୍ଦ ଥିଲା। ହେଲେ ଶୁକ୍ରବାର ଖଳି ଲାଗି ସମୟରେ ଘଣ୍ଟ କାହାଳୀ ବାଜିଥିଲା।
[caption id="attachment_744682" align="alignnone" width="650"]
ଶେଷ ସ୍ପର୍ଶ ନେଉଛି ୩ ରଥ।[/caption]
ସେପଟେ ଆଉମାତ୍ର ୫ଟା ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ସେଥିପାଇଁ ତିନିରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥର ଦୁଆରବେଢ଼ା ଲାଗିବା ପରେ ସିଂହାସନ ଓ ପ୍ରଭା କାମ ଚାଲିଛି। ଭୋଇ ସେବକମାନେ ଶ୍ରୀନଅର ସାମ୍ନାରେ ହୋଇଥିବା ରଥ ଚାଲିକୁ ଭାଙ୍ଗିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
