ମାଉସୀ ମା’ଙ୍କ ପୋଡ଼ ପିଠା ଖାଇଲେ ମହାପ୍ରଭୁ

ପୁରୀ(ଓଡ଼ିଶା ରିପୋର୍ଟର): ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରୁଛନ୍ତି ମହାପ୍ରଭୁ। ଆଉ ଫେରିବା ବାଟରେ ଝିପିଝିପି ବର୍ଷା ସତ୍ତ୍ୱେ ଅଟକିଗଲେ ମାଉସୀ ମା’ ମନ୍ଦିର ପାଖରେ। ସେପଟେ ମାଉସୀ ମାଆ ପ୍ରସ୍ତୁତ କରିଥିବା ପୋଡ଼ପିଠା ଖାଇଲେ ମହାପ୍ରଭୁଙ୍କୁ। ପୋଡ଼ପିଠା ଖାଇବା ପରେ ମହାପ୍ରଭୁ ଭାଇ ଓ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ଚାଲିଲେ। ୩ଟି ଯାକ ରଥ ମାଉସୀମା ମନ୍ଦିର ପହଞ୍ଚିବା ପରେ ପୋଡପିଠା ଭୋଗ କରାଯାଇଥିଲା। ପ୍ରତ୍ୟେକ ରଥ ପାଇଁ ସ୍ୱତନ୍ତ୍ର ଭାବେ ଗୋଟିଏ ଲେଖାଏଁ ପୋଡପିଠା […]

lord-jagannath

Manoranjan Sial
  • Published: Tuesday, 20 July 2021
  • , Updated: 20 July 2021, 06:25 PM IST

ପୁରୀ(ଓଡ଼ିଶା ରିପୋର୍ଟର): ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରୁଛନ୍ତି ମହାପ୍ରଭୁ। ଆଉ ଫେରିବା ବାଟରେ ଝିପିଝିପି ବର୍ଷା ସତ୍ତ୍ୱେ ଅଟକିଗଲେ ମାଉସୀ ମା' ମନ୍ଦିର ପାଖରେ। ସେପଟେ ମାଉସୀ ମାଆ ପ୍ରସ୍ତୁତ କରିଥିବା ପୋଡ଼ପିଠା ଖାଇଲେ ମହାପ୍ରଭୁଙ୍କୁ। ପୋଡ଼ପିଠା ଖାଇବା ପରେ ମହାପ୍ରଭୁ ଭାଇ ଓ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ଚାଲିଲେ।

[caption id="attachment_660364" align="aligncenter" width="650"] ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ପୋଡ଼ ପିଠା[/caption]

୩ଟି ଯାକ ରଥ ମାଉସୀମା ମନ୍ଦିର ପହଞ୍ଚିବା ପରେ ପୋଡପିଠା ଭୋଗ କରାଯାଇଥିଲା। ପ୍ରତ୍ୟେକ ରଥ ପାଇଁ ସ୍ୱତନ୍ତ୍ର ଭାବେ ଗୋଟିଏ ଲେଖାଏଁ ପୋଡପିଠା ଭୋଗ ଲାଗିଥିଲା। ପୂଜକ ପୂର୍ବରୁ ପ୍ରସ୍ତୁତ କରିଥିବା ଏହି ପିଠାକୁ ପୂଜାପଣ୍ଡା ସେବାୟତ ରଥରେ ଲାଗି କରିଥିଲେ। ବାହୁଡା ଯାତ୍ରା ଅଵସରରେ ମାଉସୀ ମା'ଙ୍କ ପୂଜକ ବିଶ୍ୱନାଥ ମିଶ୍ର ନିଜ ଘରେ ଏହି ପୋଡ଼ପିଠା ପ୍ରସ୍ତୁତି କରିଥିଲେ।

[caption id="attachment_660365" align="aligncenter" width="650"] ଶ୍ରୀମନ୍ଦିର ଫେରୁଛନ୍ତି ମହାପ୍ରଭୁ[/caption]

ପୋଡ଼ପିଠା ପ୍ରସ୍ତୁତି ମଧ୍ୟ ନିଆରା। ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦିରେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ। ଏହାକୁ ଚକଟା ଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଇ ବାମ୍ଫରେ ସିଝିବାକୁ ଦିଆଯାଇଥାଏ। ପ୍ରାୟ ୮ ଘଣ୍ଟା ବାମ୍ଫରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଆଯାଏ। ଥଣ୍ଡା ହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ। ପରେ ତିନି ଠାକୁରଙ୍କୁ ତିନୋଟି କୁଡୁଆରେ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ। 

https://twitter.com/JagannathaDhaam/status/1417437869250015236?s=20

Related story